Odia News Portal

ଆଖି ବୁଜିଲା ନନ୍ଦନକାନନର ଧଳା ବାଘୁଣୀ ବିଜୟା

ନନ୍ଦନକାନନର ଧଳା ବାଘୁଣୀ ବିଜୟାର ଆଜି ମୃତ୍ୟ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ବିଜୟା ଆଖି ବୁଝିଛି । ବାର୍ଦ୍ଧକ୍ୟ ଯୋଗୁଁ ବିଜୟା ଅସୁସ୍ଥ ହୋଇ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଥିଲା। ଆଜି ଅବସ୍ଥା ବିଗିଡ଼ି ଯିବାରୁ ଭୁବନେଶ୍ୱର ଓୟୁଏଟିରୁ ୨ଜଣ ବିଶେଷଜ୍ଞ ଆସି ବାଘୁଣୀର ସ୍ଥିତି ପରଖିଥିଲେ। ବାର୍ଦ୍ଧକ୍ୟ ଯୋଗୁଁ ବାଘୁଣୀ ବିଜୟା ଅସୁସ୍ଥ ହୋଇ ଚିଡ଼ିଆଖାନାରେ ଚିକିତ୍ସିତ ହେଉଥିଲା ।