Odia News Portal

ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୪,୦୪୫ ଦୀପରେ ତିଆରି କଲେ ମାଆ କାଳୀଙ୍କ ମୂର୍ତ୍ତୀ

ପଟ୍ଟନାୟକ କହିଛନ୍ତି, ଏହି ବାଲୁକାକଳାରେ ସେ ୪ହଜାର ୪୫ଟି ଦୀପ ବ୍ୟବହାର କରିଛନ୍ତି। ବାଲୁକାକଳା ଜରିଆରେ ସେ ସମାଜରୁ ସମସ୍ତ ନକରାତ୍ମକ ତତ୍ତ୍ବକୁ ନଷ୍ଟ କରିଦେବାକୁ ମା’ କାଳୀଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି। ପୁରୀ ସମୁଦ୍ର କୂଳରେ ମାଆ କାଳୀଙ୍କ ବାଲୁକାକଳା କରିଛନ୍ତି ସୁଦର୍ଶନ। ଏହି ବାଲୁକା କଳା ସହ ଆସ ଆଜି ସବୁ ନକାରାତ୍ମକ ଚିନ୍ତାଧାରାକୁ ଜାଳି ଦେବା ବୋଲି ମେସେଜ୍‌ ଦେଇଛନ୍ତି ସୁଦର୍ଶନ।