Odia News Portal

ହତାଶ କରୁଛି ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ: ଡିସେମ୍ବର ପର୍ଯ୍ୟନ୍ତ ସ୍ଲଟ ନଥିବାରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ

ହାଇକୋର୍ଟରେ ହାଇ ସିକ୍ୟୁରିଟ ନମ୍ବର ପ୍ଲେଟ ମାମଲା। ଡିସେମ୍ବର ପର୍ଯ୍ୟନ୍ତ ସ୍ଲଟ ନଥିବା ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ। ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ ଭାବେ କୌଣସି ଟାଇମଲାଇନ ଦିଆ ଯାଇ ନଥିବା କୋର୍ଟଙ୍କୁ ଅବଗତ କରାଯାଇଛି। ଉଭୟ ପ୍ରସଙ୍ଗରେ ପରିଵହନ କମିଶନରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ।

ଅକ୍ଟୋବର ୩୧ ପୂର୍ବରୁ ଏ ନେଇ ଦାଖଲ କରିବେ ଜବାବ। ସେଦିନ ନମ୍ବର ଶେଷରେ ୧,୨,୩,୪ ଥିଲେ ଶେଷ ହେଉଛି ଏଚଏସଆରପି ଲଗାଇବାର ଅବଧି। ଅକ୍ଟୋବର ୩୧ ପୂର୍ବାହ୍ନ ସାଢେ଼ ୧୦ ରେ ମାମଲାର ପରବର୍ତ୍ତୀ ଶୁଣାଣି।