Odia News Portal

ମସଜିଦ ଉପରେ ଆଖି ବୁଜା ଗୁଳି

ଇରାନର ସିରାଜ ସହରରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ଅଛି।  ୩ ବନ୍ଧୁକଧାରୀ ଏପରି ନାରକୀୟ କାଣ୍ଡ ଘଟାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୁଲିସ୍‌ କାବୁ କରି ନେଇଥିବା ବେଳେ ତୃତୀୟ ଆତତାୟୀଜଣକ ଫେରାର ହୋଇଯାଇଛନ୍ତି।

ମିଡିଆ ରିପୋଟ ଅନୁଯାୟୀ, ଇରାନର ଦକ୍ଷିଣରେ ଅବସ୍ଥିତ ସିରାଜ ସହରରେ ଥିବା ଶାହଚେରାଗ ମସଜିଦରେ ଗତକାଲି ସନ୍ଧ୍ୟା ସମୟରେ ବହୁ ସଂଖ୍ୟାରେ ମୁସଲିମ ସମ୍ପ୍ରଦାୟ ଲୋକେ ଏକତ୍ରିତ ହୋଇଥିଲେ। ଏହି ସମୟରେ ହଠାତ୍‌ ୩ ବନ୍ଧୁକଧାରୀ ଉକ୍ତ ଦରଘା ମଧ୍ୟରେ ପହଞ୍ଚିଲେ। ଏହାପରେ ସେମାନେ ଆଖି ବୁଜା ଗୁଳି ଚଳାଇବାରୁ ଲୋକେ ଭୟଭୀତ ହୋଇ ଚାରିଆଡ଼େ ଦୌଡ଼ିବାକୁ ଲାଗିଲା।