ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଇସ୍ମାଇଲ ଶ୍ରଫଙ୍କ ଦେହାନ୍ତ ହୋଇଛି। । ବ୍ରେନ୍ ଷ୍ଟ୍ରୋକ୍ ହେତୁ ତାଙ୍କର ମୃତ୍ୟୁ ଘଟିଛି। ଇସ୍ମାଇଲ୍ ଶ୍ରଫ୍ ଆହିସ୍ତା ଆହିସ୍ତା, ଅଗର, ଥୋଡି ସି ବେୱଫାଇ, ବୁଲନ୍ଦି, ସୁରିଆ, ଗଡ୍ ଆଣ୍ଡ ଗନ୍, ପୋଲିସ୍ ପବ୍ଲିକ୍, ନିଶ୍ଚୟ, ଲଭ୍ ୮୬, ଜିଦ୍ ଭଳି ଅନେକ ହିଟ୍ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ।
ଇସ୍ମାଇଲଙ୍କ ପୁଅ ଫହାଦ ଖାନ କହିଛନ୍ତି, ଅଗଷ୍ଟ ୨୯ ରେ ତାଙ୍କ ପିତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଯେଉଁ କାରଣରୁ ତାଙ୍କ ଶରୀରର ଡାହାଣ ପାର୍ଶ୍ୱ ପକ୍ଷାଘାତ ହୋଇଯାଇଥିଲା ଏବଂ ସେ ଚଳପ୍ରଚଳ କରିପାରୁନଥିଲେ। ମୁମ୍ବାଇର କୋକିଲାବେନ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲା, ଯାହା ପରେ ତାଙ୍କୁ କିଛି ଦିନ ପୂର୍ବରୁ ଘରକୁ ପଠାଯାଇଥିଲା।
କିନ୍ତୁ ବୁଧବାର ସକାଳ ୬.୪୦ ସମୟରେ ଇସ୍ମାଇଲ ତାଙ୍କ ଆନ୍ଧେରି ସ୍ଥିତ ଘରେ ପଡିଯାଇଥିଲେ। ପରେ ତାଙ୍କୁ ପୁଣିଥରେ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ମୃତ୍ୟୁ ବରଣ କରିଛନ୍ତି।