ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଅଛି, ସେଥିରେ ଆଂଶିକ ଭିନ୍ନକ୍ଷମ ମାନେ (୪୦% ରୁ ଅଧିକ ନୁହେଁ) ମଧ୍ୟ ଭାଗ ନେଇ ପାରିବେ। ଏହା ୨୮ ଅକ୍ଟୋବର ୨୦୨୨ ରେ ଏନସିଏସସିଡ଼ିଏ (NCSCDA) କ୍ଯାମ୍ପସ ପରିସରରେ ଅନୁଷ୍ଠିତ ହେବ।
ଏହି ନିଯୁକ୍ତି ମେଳାରେ ବିଭିନ୍ନ କ୍ଷେତ୍ରରେ ଯଥା:- ହାଉସ କିପିଙ୍ଗ, ଗ୍ରାହକ କେୟାର ଏକ୍ଜିକ୍ୟୁଟିଭ୍, ସେଲ୍ସ ଆସୋସିଏଟ୍, କିଚେନ ହେଲପେର, ସୁପରଭାଇଜର, ଟେଲି ମାର୍କେଟିଂ ପ୍ରାୟ ୪୦୦ରୁ ଅଧିକ ପଦବୀ ନିଯୁକ୍ତି ପାଇଁ ବିଭିନ୍ନ କମ୍ପାନୀ / ସଂସ୍ଥା ଅଂଶଗ୍ରହଣ କରୁଛନ୍ତି। ପଞ୍ଚମ ଶିକ୍ଷାଗତ ପାସ, ଦଶମ ପାସ ଏବଂ ଦଶମଠାରୁ ଅଧିକ ଶିକ୍ଷାଗତ ଥିଲେ ଭାଗ ନେଇ ପାରିବେ।