Odia News Portal

ଭୋପାଳ ରେ ଗ୍ୟାସ୍‌ ଟ୍ରାଜେଡି;

ମଧ୍ୟପ୍ରଦେଶର ରାଜଧାନୀ ଭୋପାଲରେ ୨୮ ବର୍ଷ ପରେ ପୁଣି ଥରେ ହୋଇଛି ଗ୍ୟାସ୍‌ ଟ୍ରାଜେଡି। ଏଥିନିମନ୍ତେ ଲୋକେ ଖୁବ୍‌ ଭୟଭୀତ ହୋଇ ପଡ଼ିଛନ୍ତି। ଭୋପାଲର ଏକ  ୱାଟର ଫିଲଟର ପ୍ଲାଣ୍ଟରୁ  ନିର୍ଗତ କ୍ଲୋରିନ ଗ୍ୟାସ୍‌ ଯୋଗୁ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଜଣାଯାଇଛି।

ଭୋପାଲର ମଦର ଇଣ୍ଡିଆ କଲୋନୀ ବସ୍ତି ନିକଟରେ ଥିବା ଏକ ୱାଟର ଫିଲଟର ପ୍ଲାଣ୍ଟରୁ  ବୁଧବାର ରାତିରେ କ୍ଲୋରିନ ଗ୍ୟାସ୍‌ ଲିକ୍‌ ହେଉଥିବା ଜଣାପଡ଼ିଥିଲା। ପ୍ଲାଣ୍ଟରେ ଲାଗିଥିବା ୯ଶହ କେଜି ସିଲିଣ୍ଡରରେ ବୈଷୟିକ ତ୍ରୁଟି ଦେଖାଯିବାରୁ ଏପରି ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାଯାଇଛି। ଏହି ଗ୍ୟାସ୍‌ ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିବା ବେଳେ ନିକଟରେ ଥିବା ଲୋକେ ଅସ୍ୱସ୍ତିକର ଅନୁଭବ କରିଥିଲେ। ଏପରିକି ସେମାନଙ୍କ ମଧ୍ୟରୁ ବହୁ ଜଣ ବେହୋସ ହୋଇ ପଡ଼ିଥିବା ବେଳେ ବହୁ ଜଣଙ୍କ ଆଖିରେ ଯନ୍ତ୍ରଣା ଅନୁଭବ ହେଉଥିଲା। ଏପରିକି କେତେ ଜଣ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ