Odia News Portal

ଭାରତୀୟ ମୁଦ୍ରାରେ ଜାତିର ପିତା ଗାନ୍ଧୀଙ୍କ ନୁହଁ ଶିବାଜୀ ଫଟୋେ ! ‘ସାମ୍ପୁଲ’ ସେୟାର କଲେ ବିଜେପି ବିଧାୟକ

ଭାରତୀୟ ମୁଦ୍ରାରେ ଫଟୋ ବଦଳାଇବା ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ସହ ଦେବା-ଦେବୀଙ୍କ ଫଟୋ, ଜାତିର ପିତାଙ୍କ ବଦଳରେ ଭଗତ ସିଂବ କିମ୍ବା ଶିବାଜୀଙ୍କ ପରି ମହାନ ବ୍ୟକ୍ତିଙ୍କ ଫଟୋ ବଦଳାଇବା ଭଳି ପରାମର୍ଶ ଦିଆଯାଉଛି । ଏବେ ମହାରାଷ୍ଟ୍ରର ଜଣେ ବିଜେପି ନେତା ମୁଦ୍ରା ନୋଟରେ ଛତ୍ରପତି ଶିବାଜୀଙ୍କ ଫଟୋ ଲଗାଇବା ନେଇ ପରାମର୍ଶ ଦେଇଛନ୍ତି । ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ଦେବୀ ଲକ୍ଷ୍ମୀଙ୍କ ଫଟୋ ରଖିବା ନେଇ ପରାମର୍ଶ ଦେଇଛନ୍ତି । ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ମା ଲକ୍ଷ୍ମୀଙ୍କ ଫଟୋ ଏବଂ ଗଣେଶଙ୍କ ଫଟୋ ରଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ରର ନେତା ନୀତିଶ ରାଣେ ଏହି ବିବାଦରେ ଏଣ୍ଟ୍ରି କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ହେଉଥିବା ଭାରତୀୟ ମୁଦ୍ରାର ଡିଜାଇନ୍ ପରିବର୍ତ୍ତନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କ ସହ ମାତା ଲକ୍ଷ୍ମୀଙ୍କ ଫଟୋ ମଧ୍ୟ ମୁଦ୍ରାରେ ଛପାଯିବା ଉଚିତ୍ । ବିଜେପି ନେତା ନୀତେଶ ରାଣେ ମଧ୍ୟ ଏହି ବିବାଦରେ ସାମିଲ ହୋଇଛନ୍ତି ।