Odia News Portal

କଙ୍କଡ଼ା ଠାରୁ ପ୍ରତିଶୋଧ ନେଇଛନ୍ତି ଜଣେ ବ୍ୟକ୍ତି।

ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା। ଜଣେ ବ୍ୟକ୍ତିଙ୍କ ଝିଅକୁ ଗୋଟିଏ କଙ୍କଡ଼ା କାମୁଡ଼ି ଦେଇଥିଲା। ଏଥିପାଇଁ ରାଗରେ ବ୍ୟକ୍ତି ଜଣଙ୍କ ଉକ୍ତ କକଙ୍କାକୁ ଧରି ଜୀଅନ୍ତା ଖାଇଦେଇଛନ୍ତି।

ଚାଇନାର ଝେଜିଆଙ୍ଗ ଅଞ୍ଚଳରେ ଏପରି ଘଟଣା ଘଟିଛି। ଜୀଅନ୍ତା କଙ୍କଡ଼ା ଖାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୩୯ ବର୍ଷୀୟ ଲୁ। ତେବେ ଜୀଅନ୍ତା କଙ୍କଡ଼ା ଖାଇବାର ଦୀର୍ଘ ୨ ମାସ ପରେ ଲୁ ସାଂଘାତିକ ପିଠି ଯନ୍ତ୍ରଣା ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରୀକ୍ଷା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଡାକ୍ତରମାନେ ଏକଥା ଜାଣିବା ପରେ ସେହି ଅନୁସାରେ ତାଙ୍କର ଚିକିତ୍ସା ମଧ୍ୟ କରିଛନ୍ତି।