Odia News Portal

ଚିଲିକା ମଝିରେ ପୁଣି ଅଟକିଲା ଯାତ୍ରୀବାହୀ ଡଙ୍ଗା, ଫସି ରହିଛନ୍ତି ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ସାତପଡ଼ା ଚିଲିକାରେ ପୁଣି ଥରେ ଫସି ରହିଛି ଯାତ୍ରୀବାହୀ ଡଙ୍ଗା । ଏହି ଡଙ୍ଗାରେ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀ ଏବଂ ୧୫ଟି ବାଇକ ରହିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଚିଲିକା ମଝିରେ ଡଙ୍ଗାର ମେସିନ ଖରାପ ହେଇଯିବା ଫଳରେ ଯାତ୍ରୀବାହୀ ଡଙ୍ଗାଟି ଅଟକି ରହିଛି ।

ସାତପଡ଼ାଠାରୁ ଜହ୍ନିକୁଦା ଘାଟ ନିକଟକୁ ଆସୁଥିଲା ଏହି ଯାତ୍ରୀବାହୀ ଡଙ୍ଗା । ଉଦ୍ଧାର କରିବା ପାଇଁ ଯାତ୍ରୀମାନେ ନିବେଦନ କରୁଛନ୍ତି ।