Odia News Portal

ଏଣିକି ବିବାହିତ ଝିଅ ବି ପାଇପାରିବେ ଅନୁକମ୍ପାମୂଳକ ଚାକିରୀ ।

କୌଣସି ସରକାରୀ କର୍ମଚାରୀଙ୍କର ଚାକିରୀରେ ଥାଇ ଯଦି ମୃତ୍ୟୁ ଘଟେ ତାଙ୍କ ପଦବୀରେ ତାଙ୍କର ବିବାହିତ ଝିଅଙ୍କୁ ଚାକିରୀ ମିଳିପାରିବ । ଏକ ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟ ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି । ପୂର୍ବରୁ କେବଳ ପୁଅ ଅବା ଅବିବାହିତ ଝିଅଙ୍କୁ ଏକ୍ଷେତ୍ରରେ ନିଯୁକ୍ତି ମିଳୁଥିଲା । ଏକ୍ଷେତ୍ରରେ ଥିବା ସରକାରୀ ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି । ବିବାହିତ ଝିଅଙ୍କୁ ନିଯୁକ୍ତି ନଦିଆଯିବା ଏକ ମନମୁଖୀ ନିଷ୍ପତି ଏହା ସମ୍ବିଧାନର ଧାରା ୧୪,୧୫ ଓ ୧୬(୨)ର ଉଲଙ୍ଘନ କରୁଛି ବୋଲି ହାଇକୋର୍ଟ କହିବା ସହ ଏଭଳି ସରକାରୀ ନୀତିକୁ ରଦ୍ଦ କରିଛନ୍ତି । ଏଥିସହ ଏକ୍ଷେତ୍ରରେ ବିବାହିତ ମହିଳାଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଥଇଥାନ ଯୋଜନାରେ ଆବେଦନକାରୀଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବାସନ୍ତୀ ନାୟକ ନାମକ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଏହି ରାୟ ଶୁଣାଇଛନ୍ତି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ