Odia News Portal

ଇମ୍ରାନ ଖାନଙ୍କୁ ଗୁଳିମାଡ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲିରେ ଗୁଳିକାଣ୍ଡ। ପାକିସ୍ତାନ ମିଡ଼ିଆର ରିପୋର୍ଟ ମୁତାବିକ , ଗୁଳିକାଣ୍ଡରେ ଇମ୍ରାନଙ୍କ ସମେତ ଆହୁରି ୪ ଜଣ ଲୋକ ଆହତ ହୋଇଛନ୍ତି । ଡନ୍ ନ୍ୟୁଜ୍ ଟିଭି ଗୁରୁବାର କହିଛି , ଅଜ୍ଞାତ ଆକ୍ରମଣକାରୀ ବଜିରାବାଦରେ ଅଲ୍ଲାହ ହୋ ଚୌକ୍ ପାଖରେ ପିଟିଆଇ ଅଧ୍ୟକ୍ଷ ଇମ୍ରାନଙ୍କ କଣ୍ଟେନର ଉପରକୁ ଗୁଳି କରିଛନ୍ତି।
ହେଲେ ଆଶ୍ୱସ୍ତିର କଥା କି , ଇମ୍ରାନ ଖାନଙ୍କ ଜୀବନ ଅଳ୍ପକେ ରକ୍ଷା ପାଇ ଯାଇଛି । ଜିୟୋ ନ୍ୟୁଜ୍ ରିପୋର୍ଟ ମୁତାବିକ , ଇମ୍ରାନ ଖାନ ମଧ୍ୟ ଆହତ ହୋଇଛନ୍ତି । ତାଙ୍କର ଡାହାଣ ଗୋଡ଼ରେ ପଟି ବାନ୍ଧିଥିବା ଦେଖିବାକୁ ମିଳିଛି । ତହରିକ-ଏ-ଇନସାଫ୍(ପିଟିଆଇ)ର ବିରୋଧ ପ୍ରଦର୍ଶନ ରାଲିର ଗୁରୁବାରକୁ ଏହା ୭ମ ଦିନ ଥିଲା ।