ଆସନ୍ତା ୨୩ରୁ ମାଟ୍ରିକ ସମ୍ମେଟିଭ ଆସେସମେଣ୍ଟ-୧ ପରୀକ୍ଷା । ୨୩ ରୁ ୩୦ ତାରିଖ ଯାଏଁ ଚାଲିବ ମାଟ୍ରିକ ସମ୍ମେଟିଭ ପରୀକ୍ଷା । ସମ୍ମେଟିଭ ପରୀକ୍ଷା ନେଇ ପ୍ରେସମିଟ୍ରେ ବୋର୍ଡ କର୍ତ୍ତୁପକ୍ଷଙ୍କ ସୂଚନା । ମୋଟ୍ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପରୀକ୍ଷା ଦେବେ । ୩୦୨୯ ଟି ସେଣ୍ଟରରେ ହେବ ପରୀକ୍ଷା । ୩୧୬ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ରହିବ । ଆସନ୍ତା ୧୧ ତାରିଖରୁ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ । ମାଟ୍ରିକ ପରୀକ୍ଷା ବାବଦରେ ବୋର୍ଡ ଅଫିସର ତରଫରୁ ଏକ ପ୍ରେସମିଟ୍ ଜରିଆରେ ସୂଚନା ଦିଆଯାଇଛି ।