Odia News Portal

ସରକାରୀ କର୍ମଚାରୀଙ୍କ ପାଇଁ ମୋଦିଙ୍କ ବଡ ଘୋଷଣା : ଏଥର ନିଜ ଇଛାରେ ନେଇପାରିବେ ବଦଳି

ଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆର୍ଥିକ ପଛୁଆ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଭଳି ଏକ ଐତିହାସିକ ଘୋଷଣା କରିଛନ୍ତି ମୋଦି । ଏବେ ପୁଣି ଦେଶର କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର ଦେବା ପାଇଁ ଆଉ ଏକ ଘୋଷଣା କରିଛନ୍ତି ମୋଦି । ସୂଚନାଯୋଗ୍ୟ ଯେ, ନିକଟରେ କେନ୍ଦ୍ର କର୍ମଚାରୀ ଦରମା ବୃଦ୍ଧି ପାଇଁ ଦାବି କରିଥିଲେ । କର୍ମଚାରୀଙ୍କ ଦାବି ଅନୁସାରେ ମୋଦି ସରକାର କର୍ମଚାରୀଙ୍କ ଦରମା ବୃଦ୍ଧି କରିବା ଦିଗରେ ଅଗ୍ରସର ହୋଇଛନ୍ତି । ମୋଦି ସରକାରର ଏହି ଘୋଷଣା ପରେ କେନ୍ଦ୍ରର ଅଢେଇ ଲକ୍ଷରୁ ଅଧିକ କର୍ମଚାରୀ ସିଧାସଳଖ ଲାଭବାନ ହେବେ ।