ବିଜୟ ପରେ ଧାମନଗର ନବନିର୍ବାଚିତ ବିଧାୟକ ସୂରଜ ସୂର୍ଯ୍ୟବଂଶୀଙ୍କ ମନ୍ତବ୍ୟ । ପରିପକ୍ୱ ନେତା ଭଳି ଅତ୍ୟନ୍ତ ଭାବଗର୍ଭକ ପ୍ରତିକ୍ରିୟା ଦେଲେ ସୂର୍ଯ୍ୟବଂଶୀ । ଯେଉଁଭଳି ପରିସ୍ଥିତିରେ ମୁଁ ନିର୍ବାଚନକୁ ଓହ୍ଲାଇଥିଲି , ବହୁତ କଠିନ ସମୟ ଥିଲା । ଧାମନଗରବାସୀ ମୋତେ କେବଳ ଶ୍ରଦ୍ଧା ନୁହେଁ , ପୁଅ ଭଳି ଦେଖୁଥିଲେ । ଏତେ ବଡ ପରିବାରକୁ ସାଙ୍ଗରେ ନେଇ ମୁଁ ନିର୍ବାଚନ କୁ ଓହ୍ଲାଇଥିଲି । ମୋ ବଡ ପରିବାରର ସହଯୋଗ ମିଳି ନ ଥିଲେ , ମୁଁ ଆସି ପାରି ନ ଥାନ୍ତି । ପୁଅକୁ ଧାମନଗର ବାସୀ ଶ୍ରଦ୍ଧା ଦେଇଛନ୍ତି , ପୁଅ ତାର କର୍ତ୍ତବ୍ୟ ସମ୍ପାଦନ କରିବ । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମାର୍ମିକ ଅଭିବ୍ୟକ୍ତ ଛାଡିଲେ ସୂରଜ ସୂର୍ଯ୍ୟବଂଶୀ । ଭର୍ଚୁଆଲ ଯୋଗେ ମୁଖ୍ୟମନ୍ତ୍ରୀ ଧାମନଗର ଦାୟିତ୍ୱ ନେଉଥିବା କହିଥିଲେ । ତାଙ୍କ ପ୍ରାର୍ଥୀ ହାରିଥିଲେ ବି , ସେ ଆମ ମୁଖ୍ୟମନ୍ତ୍ରୀ , ସମସ୍ତଙ୍କର ମୁଖ୍ୟମନ୍ତ୍ରୀ ସେ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସେ ତାଙ୍କ କଥା ରଖନ୍ତୁ । ମୁଖ୍ୟମନ୍ତ୍ରୀ କଥା ରଖନ୍ତୁ , ଧାମନଗର ଦାୟିତ୍ୱ ନିଅନ୍ତୁ କହିଲେ ସୂର୍ଯ୍ୟବଂଶୀ ।