Odia News Portal

ଧାମନଗର ବିଧାୟକ ଭାବେ ଶପଥ ନେଲେ ଯୁବ ବିଧାୟକ ସୁରଜ ସୂର୍ଯ୍ୟବଂଶୀ

ଶପଥ ନେଲେ ଯୁବ ବିଧାୟକ ସୁରଜ ସୂର୍ଯ୍ୟବଂଶୀ। ଧାମନଗର ବିଧାୟକ ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଶପଥ ପାଠ କରାଇଛନ୍ତି।

ସୂଚନା ଅନୁଯାୟୀ, ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା । ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାସ୍ତ କରି ବିଷ୍ଣୁ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀ ବିଜୟୀ ହୋଇଥିଲେ। ଆଜି ବିଧାନସଭାରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନବ ନିର୍ବାଚିତ ଯୁବ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି।