ଆଉ ଦୁଇ ଦିନ ବଢିବ କଟକ ବାଲିଯାତ୍ରା । ଆସନ୍ତାକାଲି ବାଲିଯାତ୍ରା ସରିବାକୁ ଥିବାବେଳେ ଯାତ୍ରୀଙ୍କ ଉତ୍ସାହ, ବ୍ୟବସାୟକୁ ଦୃଷ୍ଟିରେ ରଖି ଏହାକୁ ଆଉ ଦୁଇ ଦିନ ବୃଦ୍ଧି କରିବା ପାଇଁ କଟକ ମହାନଗର ନିଗମ ପରିଷଦ ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇଛି । ନିଷ୍ପତ୍ତିକୁ ଅନୁମୋଦନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ । ୧୪ ଶହ ଷ୍ଟଲ ଏବଂ ଦୁଇ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ଚାଲିଛି ଯାତ୍ରା । ରବିବାର ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ଦର୍ଶକଙ୍କ ଭିଡ ଜମିଥିଲା । ସୋମାବାର ମଧ୍ୟ ୫ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଛନ୍ତି । ଗତ ୮ ତାରିଖରୁ ଆରମ୍ଭ ହୋଇଛି କଟକର ଐତିହାସକ ବାଲିଯାତ୍ରା ।