ଜଙ୍ଗଲ ଜମିରେ ବେଆଇନ୍ ଗଞ୍ଜେଇ ଚାଷ ଅଭିଯୋଗରେ ୨ ଅଭିଯୁକ୍ତ ଗିରଫ। ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲରେ ୬ ହେକ୍ଟର ଗଞ୍ଜେଇ ଚାଷକୁ ବୌଦ୍ଧ ବନ ବିଭାଗ ନଷ୍ଟ କରିଛି। ଦୁଇ ଅଭିଯୁକ୍ତଙ୍କ ପରିଚୟ ଅଇନ ରଣା, ଓ ଅନ୍ୟଜଣେ ଅରୁଣ ରଣା। ଅଇନ ଖଣ୍ଡବର ଗାଁର ବାସିନ୍ଦା ହୋଇଥବା ବେଳେ ଅରୁଣ ରେଙ୍ଗାଲିର ବାସିନ୍ଦା। ସେମାନେ ସଂରକ୍ଷିତ ଜଙ୍ଗଲ କାଟି ବେଆଇନ ଗଞ୍ଜେଇ ଚାଷ କରୁଥିବାରୁ ତାଙ୍କୁ ବନ ବିଭାଗ ଗିରଫ କରିଛି। ଖବର ଅନୁସାରେ, ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ବାଙ୍କମୁଣ୍ଡି ସଂରକ୍ଷିତ ଜଙ୍ଗଲ କମ୍ପାଟମେଣ୍ଟ ୬ର ୬ହେକ୍ଟର ଜଙ୍ଗଲ ଜମିରେ ବେଆଇନ ଭାବେ ଲଗାଯାଇଥିବା ୧୫ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବୌଦ୍ଧ ବନ ବିଭାଗ। ଦୁଇ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଛି। ଏହି ଅପରେସନରେ ୪୫ଜଣ ବନକର୍ମଚାରୀ ନିୟୋଜିତ ଥିଲେ ବୋଲି ବୌଦ୍ଧ ବନଖଣ୍ଡ ଅଧିକାରୀ କହିଛନ୍ତି।
ସୂଚନା ଥାଉକି, ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ସଂରକ୍ଷିତ ଜଙ୍ଗଲ ଜମିରେ ବେଆଇନ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ ବଢିଚାଲିଛି। ବର୍ତ୍ତମାନ ବୌଦ୍ଧ ବନବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଗଞ୍ଜେଇ ଗଛ ସମୂଳ ନିପାତ କରାଯାଉଛି।
Sign in
Sign in
Recover your password.
A password will be e-mailed to you.
