ଭାରତରେ ପୁଣି ଥରେ ଭୂକମ୍ପ। ନିକଟରେ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳକୁ ଥରାଇ ଦେଇଛି ଭୂକମ୍ପ। ଏବେ ଅରୁଣାଚଳ ପ୍ରଦେଶରେ ଅନୁଭୂତ ହୋଇଛି ଭୂକମ୍ପ ଝଟକା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଆଜି ଅରୁଣାଚଳ ପ୍ରଦେଶର ଲେପା ରାଡା ଜିଲ୍ଲାରେ ଅବସ୍ଥିତ ବସର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। କୁହାଯାଉଛି ଯେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ଥିଲା ଓ ଏହି ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଭିତରେ ଗଭୀରରେ ଥିବା ବସରଠାରୁ ଦକ୍ଷିଣ ପୂର୍ବ ଦିଗରେ ଥିଲା। ବର୍ତ୍ତମାନ ଏହି ଭୂକମ୍ପରେ କୌଣସି ପ୍ରକାର ଧନ-ଜୀବନ କ୍ଷତି ହୋଇନି। ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିବା ପରେ ଭୟରେ ଘରୁ ବାହାରକୁ ଚାଲିଯାଇଥିଲେ।