Odia News Portal

ରାଷ୍ଟ୍ରନେତାଙ୍କୁ ମୋଦୀଙ୍କ ଉପହାର

ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଯାଇଥିବାବେଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଉପସ୍ଥିତ ବିଭିନ୍ନ ରାଷ୍ଟ୍ରନେତାଙ୍କୁ ଉପହାର ପ୍ରଦାନ କରିଛନ୍ତି । ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କୁ କାଙ୍ଗ୍ରା ମିନିଏଚର ପେଣ୍ଟିଙ୍ଗ୍ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିବାବେଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କୁ ଗୁଜରାଟ ହସ୍ତତନ୍ତରେ ପ୍ରସ୍ତୁତ ‘ମାତା ନି ପଛେଡି’ ଉପହାର ଦିଆଯାଇଛି । ଫ୍ରାନ୍ସ ରାଷ୍ଟ୍ରପତି, ଜର୍ମାନୀ ଚାନ୍‌ସେଲର ଓ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଗୁଜରାଟ ପ୍ରସିଦ୍ଧ ଆଗାତେ ହସ୍ତକଳାରେ ନିର୍ମିତ ସାମଗ୍ରୀ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି । ଇଟାଲୀ ପ୍ରଧାନମନ୍ତ୍ରୀଙ୍କୁ ପାଟନ୍ ପାଟୋଲା ଦୁପଟ୍ଟା ପ୍ରଦାନ କରାଯାଇଥିବାବେଳେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଭାଗରେ ଗୁଜରାଟର ଛୋଟା ଉଦୟପୁରର ପିଥୋରା ପେଣ୍ଟିଙ୍ଗ୍ ପଡିଛି । ସ୍ପେନ୍ ପ୍ରଧାନମନ୍ତ୍ରୀଙ୍କୁ କାନାଲ ବ୍ରାସ୍ ସେଟ୍ (ପାରମ୍ପରିକ ବାଦ୍ୟଯନ୍ତ୍ର) ଉପହାର ଦିଆଯାଇଥିବାବେଳେ ଆୟୋଜକ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ରୁପା ନିର୍ମିତ ବାଉଲ ପ୍ରଦାନ କରାଯାଇଛି ।