Odia News Portal

ଭଞ୍ଜନଗର: ଟ୍ରକ୍ ଓଲଟି ୨ ମୃତ

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ କୋକଳବା ଗ୍ରାମରେ ପରିବା ବୋଝେଇ ଟ୍ରକ୍ ଓଲଟି ୨ଜଣଙ୍କ ଜୀବନ ଯାଇଛି। ମୃତକ ଦ୍ବୟ ହେଲେ ଉକ୍ତ ଟ୍ରକର ଡ୍ରାଇଭର୍ ଓ ତାର ଜଣେ ସହାୟକ। ଟ୍ରକଟି ମହାରାଷ୍ଟ୍ରରୁ ପରିବା ବୋଝେଇ କରି ଭଞ୍ଜନଗର ଅଞ୍ଚଳକୁ ଆସୁଥିଲା। ମାତ୍ର କୋକଳବା ନିକଟରେ ଏକ ଗଛରେ ତୀବ୍ର ଗତିରେ ପିଟି ହୋଇ ଓଲଟି ଯିବାରୁ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ତାରାସିଂ ଥାନା ପୋଲିସ ଘଟଣାସ୍ଥଳରୁ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଛି । ମୃତକ ଦ୍ବୟଙ୍କ ପରିଚୟ ମିଳି ନଥିଲେ ହେଁ ଦୁହେଁ ମହାରାଷ୍ଟ୍ର ରାଜ୍ୟର ହୋଇଥିବା ଅନୁମାନ କରାଯାଉଛି।