ଋଷ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବା ବେଳେ ଋଷରେ ହଠାତ୍ ଏକ ୫ ମହଲା କୋଠା ଭୁଶୁଡ଼ି ୯ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ନିଖୋଜ ହୋଇଯାଇଛନ୍ତି। ଋଷର ଦ୍ୱୀପ ସଖଲେନ୍ରେ ଏହି ଘଟଣା ଘଟିଛି। କୋଠାର ଅଧାଭାଗ ହଠାତ ଭୁଶୁଡ଼ି ପଡ଼ିବା ପରେ ଏଥିରେ ଚାପି ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଥିବା ଋଷ ଗଣମାଧ୍ୟମ ଟାସ୍ରେ ଖବର ପ୍ରକାଶ ପାଇଛି।
ଶନିବାର ଏହି ସୂଚନା ଦେଇଛନ୍ତି ସ୍ଥାନୀୟ ଗଭର୍ଣ୍ଣର। ଘଟଣା ସ୍ଥଳରେ ଜରୁରୀକାଳୀନ ସେବା ଜାରି ରହିଛି। ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜା ଚାଲିଛି ବୋଲି ଗଭର୍ଣ୍ଣର ସୂଚନା ଦେଇଛନ୍ତି। ଏଥିରେ ଯୁଦ୍ଧ ସହିତ କୌଣସି ସମ୍ପର୍କ ନାହିଁ କି ୟୁକ୍ରେନ୍ ଆକ୍ରମଣ କରି ନାହିଁ ବୋଲି ସୂଚନା ମିଳିଛି। ଟାସ୍ର ରିପୋର୍ଟ ଅନୁସାରେ ଗ୍ୟାସ୍ ସିଲିଣ୍ଡର ଫାଟି ଏଭଳି ଘଟିଛି। ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜୁରୁରୀକାଳୀନ ସେବା ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ବିଲ୍ଡିଂରେ ୨୦ ଲିଟର ଗ୍ୟାସ୍ ଏକ ରୋଷେଇ ଷ୍ଟୋଭ୍ରେ କନେକ୍ଟ ହୋଇଥଲା। କୌଣସି ସମସ୍ୟା କାରଣରୁ ଏହି ଗ୍ୟାସ୍ ସିଲିଣ୍ଡର ଟି ଫାଟିଯାଇଥିବାରୁ ଅଧା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ଘଟଣାରେ ତଦନ୍ତ ଜାରି ରହିଛି ବୋଲି ଋଷ ଅଧିକାରୀ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
