Odia News Portal

ପାଗଳ ଶିଆଳ ଆକ୍ରମଣ ରେ ୬ଜଣ ଗୁରୁତର

ଦିନଥିଲା ଲୋକମାନେ ଶିଆଳ ଦେଖିବାକୁ ପାଉନଥିଲେ କିନ୍ତୁ ଆଜିକା ଦିନରେ ଗାଁ ଗହଳି ଓ ରାଜ ରାସ୍ତାରେ ବୁଲୁଛନ୍ତି ଶିଆଳ। ରାତ୍ରି ସମୟରେ ଲୋକମାନଙ୍କ ଘର ଆଗରେ ଦେଖିବାକୁ ମିଳୁଛି । କୁକୁର ଙ୍କୁ ଦେଖି ଶିଆଳ ପଳାଉ ଥିବା ବେଳେ ଏବେ ଶିଆଳ ମାନଙ୍କ ଉପଦ୍ରବରେ କୁକୁର ମାନେ ଛତ୍ରଭଙ୍ଗ ଦେଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜନଗର ବ୍ଲକ ବାଲିସାହିପାଟଣା ପଂଚାୟତ ଧାନଦିଆ ଗାଁରେ ପାଗଳା ଶିଆଳର ଆକ୍ରମରେ ୬ ଜଣ ଆହତ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କୁ ଗୁରୁତର ଅବସ୍ଥାରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଚାରିଜଣ ଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଚାରିଜଣଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।