Odia News Portal

ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲା: ଇଡିରେ ହାଜର ହେଲେ ଆଉ ଜଣେ ଚଳଚ୍ଚିତ୍ର ପ୍ରଯୋଜକ

ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ବିଲଡର ତଥା ଚଳଚ୍ଚିତ୍ର ପ୍ରଯୋଜକ ପ୍ରମୋଦ ସ୍ୱାଇଁ।

ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ପ୍ରମୋଦଙ୍କ ଘରେ ରହୁଥିଲେ ଅର୍ଚ୍ଚନା। ୨୦୧୮ରେ ପ୍ରମୋଦଙ୍କ ଘରେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଭଡାରେ ରହୁଥିଲେ। ପ୍ରମୋଦ ସ୍ବାଇଁଙ୍କ ଆକାଉଣ୍ଟରୁ ଅର୍ଥନୈତିକ କାରବାର ହୋଇଥିବା ନେଇ ସୁରାକ ପାଇଛି ଇଡି। କ’ଣ ପାଇଁ ଆର୍ଥିକ କାରବାର ହୋଇଥିଲା, ଇଡି ତାର ଖିଅ ଖୋଜୁଛି। ଇଡିରେ ହାଜର ହେବା ଆଗରୁ ପ୍ରମୋଦ ସ୍ୱାଇଁଙ୍କୁ ଅର୍ଚ୍ଚନା ନାଗ ବ୍ଲାକମେଲ୍ କରିଥିଲେ। ଇଡିରୁ ବାହାରିବା ପରେ ସେ ସବୁ କଥା ମିଡିଆକୁ କହିବେ ବୋଲି ସେ କହିଛନ୍ତି।