ରାଜ୍ୟରେ ଶୀତ ଲହରି ଜାରି ରହିଛି। ଅସହ୍ୟ ଥଣ୍ଡା ଯୋଗୁଁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ତେବେ ଆଗାମୀ ୪ ରୁ ୫ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ୧୧ ଡିଗ୍ରୀ ତଳେ ୮ଟି ସ୍ଥାନ ରହିଛି। ଏନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ସୂଚନାନୁଯାୟୀ, ସେମିଳିଗୁଡ଼ାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୭.୪ ଡିଗ୍ରୀ ଥିବା ବେଳେ ଜି.ଉଦୟଗିରିରେ ୯ ଡିଗ୍ରୀ, ଫୁଲବାଣୀରେ ୯.୫ ଡିଗ୍ରୀ, ଦାରିଙ୍ଗବାଡିରେ ୯.୫ ଡିଗ୍ରୀ, ନବରଙ୍ଗପୁରରେ ୧୦ ଡିଗ୍ରୀ, କିରେଇରେ ୧୦ ଡିଗ୍ରୀ, କୋରାପୁଟରେ ୧୦.୨ ଡିଗ୍ରୀ, ବୌଦ୍ଧରେ ୧୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ରାଜ୍ୟକୁ ଉତ୍ତରା ପବନ ବହୁଥିବାରୁ ପ୍ରବଳ ଶୀତ ଅନୁଭୂତ ହେଉଥିଲା। ଏବେ ଉତ୍ତର ପୂର୍ବରୁ ପବନ ବହିବ। ଏଥିପାଇଁ ଶୀତ କମିବ। ଡିସେମ୍ଵର ୩ ରୁ ସାରା ରାଜ୍ୟରେ ଉତ୍ତରା ପବନ ବହିବା ସହ ପ୍ରବଳ ଶୀତ ହେବ। ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।