ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ କନିଷ୍ଠ କିରାଣୀ । ଜଣେ ଶିକ୍ଷକଙ୍କୁ ବକେୟା କରାଇ ଦେବା ପାଇଁ କିରାଣୀଙ୍କ ମାଧ୍ୟମରେ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା କଟକ ଭିଜିଲାନ୍ସ ଟିମ। ବଡ଼ଚଣା ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ (ଏବିଇଓ) ଅମୀୟ କୁମାର ଦାସ ଓ କନିଷ୍ଠ କିରାଣୀ ସୁଧାଂଶୁ ଶେଖର ନାୟକଙ୍କୁ ଭିଜିଲାନ୍ସ ବିଭାଗର ଟିମ କଟକ ସ୍ଥିତ କାର୍ଯ୍ୟାଳୟକୁ ଉଠାଇ ନେଇଥିବା ସୂଚନା।
ଆଜି ଭିଜିଲାନ୍ସ ଟିମ ବଡ଼ଚଣା ବିଇଓ ଅଫିସରେ ପହଁଚି ଏବିଇଓ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲେ। ଅନ୍ୟପଟେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ବଡ଼ଚଣା କଡେଇ ଶାସନ ସ୍ଥିତ ବାସଭବନରେ ଭିଜିଲାନ୍ସ ଟିମ ଚଢ଼ାଉ କରି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଛି। ଆୟବହିର୍ଭୁତ ସମ୍ପତି ଠୁଳ ଥିବା ନେଇ ଭିଜିଲାନ୍ସ ଅଧିକ ଯାଞ୍ଚ ଚଳାଇଛି। ସେହିପରି ବଡ଼ଚଣା ଶୁକଦେଇପୁରସ୍ଥିତ କନିଷ୍ଠ କିରାଣୀ ସୁଧାଂଶୁ ନାୟକଙ୍କ ଘରେ ମଧ୍ୟ ଭିଜିଲାନ୍ସ ଟିମ ଚଢ଼ାଉ କରିଛି। ସେହିପରି ଏବିଇଓଙ୍କ ଭୁବନେଶ୍ୱର ସ୍ଥିତ ବାସ ଭବନରେ ମଧ୍ୟ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.
