Odia News Portal

ସୁପ୍ରୀମ୍ ଅଟୋରୁ ଦାମୀ କାର କିଣିବାକୁ ଅର୍ଚ୍ଚନା କରୁଥିଲେ ବଡବଡିଆଙ୍କୁ ଫୋନ୍ କଲ୍‌

ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଖଗେଶ୍ୱରଙ୍କ ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ ଚନ୍ଦନ । ଇଡି ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଅବିନାଶ ଖଗେଶ୍ୱରଙ୍କ ବରିଷ୍ଠ ସହଯୋଗୀ ଥିଲେ । କାର ବ୍ୟବସାୟରେ ତାଙ୍କୁ ସାହାର୍ଯ୍ୟ କରନ୍ତି । ତେବେ ଖଗେଶ୍ୱରଙ୍କ ସହ ତାଙ୍କର ଟଙ୍କା କାରବାର ମଧ୍ୟ ହୋଇଥିଲା । ଖଗେଶ୍ୱରଙ୍କ କାର ସୋରୁମ୍‌ରେ ସେ ସର୍ବେସର୍ବା ଥିଲେ । ଖଗେଶ୍ୱର ମାଲିକ ହେଲେ ମଧ୍ୟ କାର କିଣା ଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ଅବିନାଶ ସବୁକିଛି ବୁଝାବୁଝି କରୁଥିଲେ । ପୁରୁଣା ଗାଡି ବଜାରରେ ଅନ୍ୟ କାର ବ୍ୟବସାୟୀମାନେ ବିଏମ୍‌ଡବ୍ଲୁ, ଅଡ଼ି ଭଳି ବଡ ବଡ ବ୍ରାଣ୍ଡର ପୁରୁଣା କାର କିଣିବାକୁ ସାହାସ କରୁ ନ ଥିଲେ । କାରଣ ଏଥିପାଇଁ ଅଧିକ ଟଙ୍କା ନିବେଶ କରିବା ସହ ଗ୍ରାହକ ଯୋଗାଡ କରିବା କଷ୍ଟ ହୋଇଥାଏ । ହେଲେ ଖଗେଶ୍ୱର କିନ୍ତୁ ଅବିନାଶଙ୍କ ସାହାଯ୍ୟରେ ଏଭଳି ପୁରୁଣା ଦାମୀ କାର ମାର୍କେଟରୁ କିଣି ନେଉଥିଲା । ପୁରୁଣା ଗାଡି ମାର୍କେଟରେ ଗୋଟିଏ ବି ଦାମୀ କାର ହାତରୁ ଖସିଗଲେ ସେ ଅବିନାଶଙ୍କୁ ପ୍ରବଳ ଗାଳିଗୁଲଜ କରୁଥିଲେ । ଏହା ଦେଖି ଅନ୍ୟ ଲୋକମାନେ ଚକ୍କିତ ହେଇପଡୁଥିଲେ । ଏତେ ଦାମୀ ପୁରୁଣା କାର କିଣିବାକୁ ଖଗେଶ୍ୱର କେଉଁଠୁ ଟଙ୍କା ଆଣୁଛି । କାହାକୁ ଏହାକୁ ଏହି କାର ସବୁ ବିକ୍ରି କରୁଛି । ଏନେଇ ସବୁ ସମୟରେ ଚର୍ଚ୍ଚା ଲାଗିରହେ । ହେଲେ କେହି ଏହାର ସାମାନ୍ୟତମ ଟେର ପାଉ ନ ଥିଲେ । ଅର୍ଚ୍ଚନା ହନିଟ୍ରାପ୍ ଏବଂ ମନିଲଣ୍ଡ୍ରିଂ ମାମଲା ସାମ୍ନାକୁ ଆସିବା ପରେ ଖଗେଶ୍ୱରଙ୍କ ଦାମୀ କାର କିଣା ନେଇ ଲୁଚିଥିବା ରହସ୍ୟ ଏବେ ସାମ୍ନାକୁ ଆସିଛି । ଖଗେଶ୍ୱର ମୁଣ୍ଡ ଉପରେ ଅର୍ଚ୍ଚନାର ହାତ ଥିଲା । ସେଥିପାଇଁ ଖଗୋଶ୍ୱର ଏଭଳି ଉଛୁଳୁଥିଲା । ଦାମୀ କାରର ଆଡଭାନ୍ସ ଦେବାପାଇଁ ଅର୍ଚ୍ଚନା ଖଗେଶ୍ୱରକୁ ଟଙ୍କା ଦେଉଥିଲେ । ଏହି ଟଙ୍କାରେ ଖଗେଶ୍ୱର କାର କିଣୁଥିଲା । ସେହିପରି କାର ବିକ୍ରିକରିବାରେ ମଧ୍ୟ ଅର୍ଚ୍ଚନା ତାର ବିଜ୍‌ନେସ୍ ପାର୍ଟନର ଖଗେଶ୍ୱରକୁ ସାହାର୍ଯ୍ୟ କରୁଥିଲା । ଅର୍ଚ୍ଚନାର ଗୋଟିଏ ଫୋନ କଲରେ ଦାମୀ କାର ବିକିବା ପାଇଁ ଗ୍ରାହକ ମିଳିଯାଏ । କାରଣ ଅର୍ଚ୍ଚନା ଲିଙ୍କରେ ଥିଲେ ବହୁ ବଡବଡିଆ । ଅର୍ଚ୍ଚନା ଏହି ବଡବଡିଆଙ୍କୁ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଖଗେଶ୍ୱରଙ୍କ ମଞ୍ଚେଶ୍ୱର ଏବଂ ହଂସପାଳ ପୁରୁଣା ସୋରୁମ୍‌ରୁ କାର କିଣିବାକୁ ବାଧ୍ୟ କରୁଥିଲେ । ଏପରିକି କାର କିଣାବିକାରେ ଗ୍ରାହକ ଯୋଗାଡ କରିବା ସହ ମଧ୍ୟସ୍ଥତା କରୁଥିଲା ବୋଲି ଜାଣିବାକୁ ମିଳିଛି । ବହୁ ବଡବଡିଆ ଖଗେଶ୍ୱରଙ୍କ ପୁରୁଣା ଗାଡି ସୋରୁମ୍‌ରୁ କାର ନେଇଛନ୍ତି । ବିଭିନ୍ନ ସମୟରେ ଦାମୀ କାର ଗୁଡିକୁ ଅର୍ଚ୍ଚନା ତା ପାଖରେ ରଖି ନିଜ ବିଜ୍‌ନେସ୍‌ରେ ଲଗାଇଥାଏ । ବଡବଡିଆ ଏବଂ ବାବୁମାନଙ୍କୁ ଅର୍ଚ୍ଚନା ନିଜ ଘରକୁ ଡକାଇଥାଏ । ଏହିସମୟରେ ସେ ଏହି କାରକୁ ବଡବଡିଆଙ୍କ ପାଖକୁ ପଠାଇଥାଏ । ଏଥିରେ ବସି ବଡବଡିଆମାନେ ଅର୍ଚ୍ଚନା ଘରକୁ ଆସିଥାନ୍ତି ବୋଲି ଚର୍ଚ୍ଚା ଜୋର ଧରୁଛି । ଏଥିପାଇଁ ବୋଧ ହୁଏ ଇଡି ଖଗେଶ୍ୱରଙ୍କ ସୁପ୍ରିମ ଅଟୋ ଉପରେ ଚଢାଉ କରିବା ସହ ଖଗେଶ୍ୱରଙ୍କୁ ଗିରଫ କରିଥିଲା । ଏବେ ସୁପ୍ରିମ ଅଟୋ ଲିଙ୍କରେ ଥିବା ଲୋକଙ୍କୁ ଡାକି ଜେରା କରିବାରେ ଲାଗିଛି । ଅନ୍ୟପକ୍ଷରେ ଅର୍ଚ୍ଚନାଙ୍କୁ ଆଜି ଝଟକା ଲାଗିଛି । ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଭୁବନେଶ୍ୱର ଜେଏମ୍‌ଏଫ୍‌ସି-୩ କୋର୍ଟ । ନୟାପଲ୍ଲୀ ଥାନା ମାମଲାରେ ଗତ ୨୮ ତାରିଖରେ ଏସଂମ୍ପର୍କିତ ଶୁଣାଣି ହୋଇଥିଲା । ଅର୍ଚ୍ଚନଙ୍କ ଓକିଲ ଦେବାଶିଷ ମହାପାତ୍ର କହିଛନ୍ତି କେଉଁ ଭିତ୍ତିରେ ଜାମିନ ଆବେଦନ ଖାରଜ ହେଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଅର୍ଡରର ନକଲ ଆସିବା ପରେ ଉପରକୋର୍ଟରେ ଆବେଦନ କରାଯିବ ।