Odia News Portal

ଚାଷୀ ପ୍ରସଙ୍ଗକୁ ନେଇ ଗୃହରେ ହୋହାଲ୍ଲା : ୧୧:୩୦ ଯାଏଁ ଗୃହ ମୁଲତବୀ

 ବିଧାନସଭା ଅଧିବେଶନ ଆରମ୍ଭରୁ ଗୃହରେ ହୋହଲ୍ଲା ଓ ହଙ୍ଗାମା । ପ୍ରଶ୍ନକାଳ ଚାଲିଥିବା ସମୟରେ ଚାଷୀ ପ୍ରସଙ୍ଗ ଘେରିଥିଲେ ବିରୋଧୀ । ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଗୃହର ମଧ୍ୟଭାଗରେ ଆସି ନାରାବାଜି କରିଥିଲେ ବିଜେପି ସଦସ୍ୟ । ଏପରିକି ବାଚସ୍ପତିଙ୍କ ପୋଡିୟମ ଆଗରେ ଆସି ବିରୋଧ ପ୍ରଦର୍ଶନ କରାଯାଇଥିଲା ।

ସେପଟେ ବିଜେପି ସଦସ୍ୟଙ୍କୁ ବୁଝାଇଥିଲେ ପଞ୍ଚାୟତରାଜ ମନ୍ତ୍ରୀ ଓ ଶାସକ ଦଳ ମୁଖ୍ୟ ସଦସ । ତଥାପି ବୁଝିନଥିଲେନି ବିଜେପି ସଦସ୍ୟ । ବାଚସ୍ପତିଙ୍କ ପୋଡିୟମ ଆଗରେ ଧାରଣାରେ ବସି ରହିଥିଲେ । ନାରାବାଜି ସହ ହୋ ହାଲ୍ଲା ଭିତରେ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ । ଫଳରେ ସ୍ଥିତି ଏମିତି ହୋଇଥିଲା ଯେ, ଗୃହକାର୍ଯ୍ୟ ସାଢେ ୧୧:୩୦ ଯାଏଁ ମୁଲତବୀ କରିଥିଲେ ବାଚସ୍ପତି ।