ସାନ୍ ଫ୍ରାନ୍ସିସ୍କୋରେ ଥିବା କାର୍ଯ୍ୟାଳୟ ପାଇଁ ଭଡ଼ା ଦେଇ ନ ଥିବାରୁ ଟ୍ୱିଟର ବିରୋଧରେ ମାମଲା ରୁଜୁ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜମି ମାଲିକ କଲମ୍ବିଆ ରିଟ୍ ଏହି ସୋସିଆଲ ମିଡ଼ିଆ କମ୍ପାନୀ ବିରୋଧରେ କୋର୍ଟ ଯାଇଛନ୍ତି । ରିଟ୍ କହିଛନ୍ତି ଯେ ସେ ଡିସେମ୍ବର ୧୬ରେ ଟ୍ୱିଟରକୁ ଏକ ନୋଟିସ୍ ଜାରି କରିଥିଲେ । ପାଞ୍ଚ ଦିନ ମଧ୍ୟରେ ଯଦି ବକେୟା ଭଡ଼ା ପଇଠ ନ କରାଯାଏ, ତେବେ ଏହାକୁ ଡିଫଲ୍ଟ ଭାବେ ଧରାଯିବ ବୋଲି ନୋଟିସରେ କୁହାଯାଇଥିଲା । ସାନ୍ ଫ୍ରାନ୍ସିସ୍କୋରେ ହାର୍ଟଫୋଟ୍ ବିଲ୍ଡିଂର ଥିବା ଅଫିସ୍ ଭଡ଼ା ବାବଦକୁ ଟ୍ବିଟର ଉପରେ ପ୍ରାୟ ୧୩୬, ୨୫୦ ଡଲାର ବାକି ରହିଛି ।
ତାଙ୍କ ଅଭିଯୋଗରେ କଲମ୍ବିଆ ରିଟ୍ କହିଛନ୍ତି ଯେ ଭଡାଟିଆ ପାଞ୍ଚ ଦିନିଆ ନୋଟିସର ପାଳନ କରିବାରେ ବିଫଳ ହୋଇଥିଲେ । ତେଣୁ ସାନ୍ ଫ୍ରାନ୍ସିସ୍କୋ ସ୍ଥିତ ରାଜ୍ୟ ଅଦାଲତରେ ଏହି ସୋସିଆଲ ମିଡ଼ିଆ କମ୍ପାନୀ ବିରୋଧରେ ମାମଲା ଦାୟର କରାଯାଇଛି ।
