Odia News Portal

ପନ୍ତଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯିବ

ସଡ଼କ ଦୁର୍ଘଟଣାରେ ଆହତ କ୍ରିକେଟର ରିଷଭ ପନ୍ତଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର କରାଯିବ। ଡିଡିସିଏ ନିର୍ଦ୍ଦେଶକ ଶ୍ୟାମ ଶର୍ମା ଏହି ସୂଚନା ଦେଇଛନ୍ତି।

ଡିସେମ୍ବର ୩୦ରେ ଉତ୍ତରାଖଣ୍ଡ ରୁର୍କି ନିକଟରେ ପନ୍ତଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଦେହରାଡୁନର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଏହା ପୂର୍ବରୁ ବିସିସିଆଇ ସଚିବ ଜୟ ଶାହା କହିଥିଲେ ଯେ ପନ୍ତଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ ପୂର୍ବରୁ ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ, ଟି-୨୦ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଉପଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ସମେତ ଦଳର ଅନେକ ଖେଳାଳି ଏକ ଭିଡିଓ ମାଧ୍ୟମରେ ପନ୍ତଙ୍କୁ ଶୁଭକାମନା ଜଣାଇବା ସହ ତାଙ୍କ ଦ୍ରୁତ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ ।