Odia News Portal

ରାଜ୍ୟରେ ବସିବ ୫ହଜାର ଟାଓ୍ୱାର: ଅଶ୍ୱିନୀ ବୈଷ୍ଣବ

ଓଡ଼ିଶାରେ ୫ଜି ସେବାର ଶୁଭାରମ୍ଭ ହୋଇଛି । ଆଜି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୫ଜି ସେବା ଶୁଭାରମ୍ଭ କରିଥିବା ବେଳେ ଓଡ଼ିଶାରେ ୫ ହଜାର ଟାଓ୍ୱାର ବସାଯିବା ନେଇ ସେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି କି, କେନ୍ଦ୍ର ସରକାର ଓଡ଼ିଶାକୁ ୫୬୦୦ କୋଟି ଟଙ୍କା ଦେଇଛନ୍ତି  । ୫ ହଜାର ଟାଓ୍ୱାର ୭ ହଜାର ଗାଁକୁ ମୋବାଇଲ ସେବା ସଂଯୋଗ କରାଯିବା ନେଇ ସେ କହିଛନ୍ତି । ରାଜ୍ୟରେ ଆଜି ୧୦୦ଟି ମୋବାଇଲ ଟାଓ୍ୱାରର ଉଦଘାଟନ ହୋଇଛି ।  କଳାହାଣ୍ଡିରେ ୧୯, କନ୍ଧମାଳରେ ୧୨, ମାଲକାନଗିରିରେ ୨୫ଟି ଉଦଘାଟନ କରାଯାଇଛି ବୋଲି ସେ ସୂଚନା ଦେଇଛଉନ୍ତି ।

ଓଡ଼ିଶାରେ ଦୁଇ ଟେଲିକମ ଅପରେଟର କମ୍ପାନୀ ରିଲାଏନ୍ସ ଜିଓ ଓ ଏୟାରଟେଲ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଇଛି । ୪ଜି ଅପେକ୍ଷା ୧୦ ଗୁଣା ହାଇସ୍ପିଡ୍‌ ଚାଲିବ ୫ଜି ଇଣ୍ଟରନେଟ୍‌ । ୫ଜି ସେବା ଯୋଗୁଁ ଓଡ଼ିଶାର ଗ୍ରାମାଞ୍ଚଳରେ ଅନଲାଇନ ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ, ବ୍ୟାଙ୍କିଂ ସବୁ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି ।ବର୍ତ୍ତମାନ ସୁଦ୍ଧା ୫୧୦ଟି ବିଟିଏସ୍‌ (ବୋର୍ଡ ଟ୍ରାନ୍ସିଭର ଷ୍ଟେସନ) ଲଗାଯାଇଛି । ଇଣ୍ଟରନେଟ ଦୁନିଆରେ ବୈପ୍ଲବିକ ପରିବର୍ତ୍ତନ ଆଣୁଥିବା ୫ଜି ନେଟୱର୍କ ଏବେ ଓଡ଼ିଶାବାସୀଙ୍କ ପାଇଁ ଅନେକ ସୁବିଧା ଆଣିଦେବ ବୋଲି ଆଶା କରାଯାଉଛି ।