Odia News Portal

ଆଜିଠୁ ରାଜ୍ୟରେ କାର୍ଯ୍ୟ ଆରମ୍ଭ କରିବ ଆଇଟି କମ୍ପାନୀ ଡିଲଏଟ୍, ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ରାଜ୍ୟରେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବ ଡିଲଏଟ୍‌‌ କମ୍ପାନୀ। ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଭୁବନେଶ୍ୱରର ନୂଆ ଆଇସିଓଏମ୍‌‌ସି ବିଲ୍ଡିଂରେ ନିଜର ସାମର୍ଥ୍ୟ ବୃଦ୍ଧି କେନ୍ଦ୍ର ଖୋଲିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟାଳୟକୁ ଆଜି ଉଦ୍‌‌ଘାଟନ କରିବେ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭିକେ ପାଣ୍ଡିଆନ୍‌‌ ବେଙ୍ଗାଲୁରୁରେ ଆୟୋଜିତ ଇନ୍‌‌ଭେଷ୍ଟର୍ସ ମିଟ୍‌‌ ଡିଲଏଟ୍‌‌ର ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଓଡ଼ିଶା ଆସିବା ପାଇଁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେମାନେ ସକରାତ୍ମକ ମତ ଦେଇଥିବା ବେଳେ ଏବେ ଏହା ପୂରଣ ହେବାକୁ ଯାଉଛି। ମେକ୍‌‌ଇନ୍‌‌ ଓଡ଼ିଶାର ତୃତୀୟ ସଂସ୍କରଣରେ ଆସିଥିବା ବହୁ କମ୍ପାନୀ ଆଗକୁ ଓଡ଼ିଶା ଆସି ନିଯୁକ୍ତି ସୃଷ୍ଟି କରିବେ ବୋଲି ମତାମତ ରଖିଛନ୍ତି। ଏଥିପାଇଁ ରାଜ୍ୟରେ ଭିତ୍ତିଭୂମି ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ କେମିତି ବଡ଼ ଆଇଟି କମ୍ପାନୀ ଓଡ଼ିଶା ଆସିବାକୁ ମନ ବଳାଇବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଯାହାଦ୍ୱାରା ଆଇବିଏମ, ହାପିଏଷ୍ଟ ମାଇଣ୍ଡ୍‌‌ସ, ଇନ୍‌‌ଞ୍ଚର ଟେକ୍‌‌, ଇନୋଭେୟାର ଟେକ୍‌‌, ପର୍ଫମ୍‌‌ଲିଟିକ୍ସ, ଓପେକ୍ସ ଆମେରିକା, ବର୍ଣ୍ଣଟେକ୍‌‌, ଏଲଫୋଞ୍ଜ୍‌‌, ପିଡବ୍ଲ୍ୟୁସି, ୟୋଭାଣ୍ଟ ଆଣ୍ଡ ଚବ୍‌‌ ପରେ ବିଶ୍ୱର ଏହି ପ୍ରମୁଖ ଆଇଟି କମ୍ପାନୀ ଓଡ଼ିଶାରେ ନିଜର କାର୍ଯ୍ୟାଳୟ ଖୋଲିବାକୁ ଯାଉଛନ୍ତି।