ରାଜ୍ୟରେ ଗତ କିଛିଦିନ ଧରି ଶୀତର ପ୍ରକୋପ ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ଓ କଟକ ସହରରେ ବି ଶୀତ ସାଙ୍ଗକୁ କୋହଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ସକାଳ ସମୟରେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଟ୍ୱିନ୍ସିଟିରେ ଗମନାଗମନକୁ ପ୍ରଭାବିତ କରିଥିବା ସ୍ପଷ୍ଟ ବାରି ହେଉଛି । ଉଭୟ ସହରରେ ଦିନ ୯ଟା ପର୍ଯ୍ୟନ୍ତ ଟ୍ରକ୍, ବସ୍, କାର୍ ଗୁଡ଼ିକ ଲାଇଟ୍ ଦେଇ ଯାତାୟତ କରୁଛନ୍ତି । ଟ୍ୱିନ୍ସିଟିର କେତେକ ସ୍ଥାନରେ ଲୋକେ ରାତିବେଳା ନିଆଁ ଜାଳି ବସୁଥିବା ଦେଖିବାକୁ ମିଳୁଛି ।
ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ଜାନୁଆରୀ ୧୪ ପର୍ଯ୍ୟନ୍ତ ଏହି ଶୀତ ଲହରୀ ଜାରି ରହିପାରେ । ବର୍ତ୍ତମାନ ଦିନବେଳା କଅଁଳ ଖରାର ପରସ ଲୋକଙ୍କୁ ଭିନ୍ନ ଏକ ଅନୁଭୂତି ଆଣିଛି ।
