ନୂଆ ଦିଲ୍ଲୀ ସ୍ଥିତ ବିଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ଆଜି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦି ମୁର୍ମୁ ନୂଆ ଦିଲ୍ଲୀ ଠାରେ ଅବକାରୀ ବିଭାଗକୁ ଇ-ଅବକାରୀ ପାଇଁ ସମ୍ମାନଜନକ “ଡିଜିଟାଲ୍ ଇଣ୍ଡିଆ ସ୍ବର୍ଣ୍ଣ ପୁରଷ୍କାର” ପ୍ରଦାନ କରିଛନ୍ତି ଏହି ପୁରଷ୍କାରକୁ ଓଡିଶା ସରକାରଙ୍କ ତରଫରୁ ଅବକାରୀ ବିଭାଗର ପୁର୍ବତନ ପ୍ରମୂଖ ଶାସନ ସଚିବ ଶ୍ରୀଯୁକ୍ତ ସୁଶିଲ କୁମାର ଲୋହାନି, ଭା.ପ୍ର.ସେ., ଅବକାରୀ ଆୟୁକ୍ତ ଶ୍ରୀଯୁକ୍ତ ଆଶୀଷ କୁମାର ସିଂହ, ଭା.ପୁ.ସେ., ଅତିରିକ୍ତ ଅବକାରୀ ଆୟୁକ୍ତ ଶ୍ରୀଯୁକ୍ତ ରାମ ଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ଶ୍ରୀଯୁକ୍ତ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଓ ରାଷ୍ଟ୍ରୀୟ ସୂଚନା ଓ ବିଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ଶ୍ରୀଯୁକ୍ତ ନୀହାର ରଞ୍ଜନ ବିଶ୍ବାଳ ଗ୍ରହଣ କରିଛନ୍ତି
ପ୍ରକାଶ ଥାଉକି ଯେ, ଓଡିଶା ସରକାରଙ୍କର 5T ସୁତ୍ର ଅନୁସାରେ ଅବକାରୀ ବିଭାଗ ୨୦୧୯-୨୦ ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ର ର ସହାୟତାରେ ୩୦ ରୁ ଅଧିକ ଅନଲାଇନ୍ ପରିମାପକ ର କାର୍ଯ୍ୟକାରୀ କରାଇ ସ୍ୱଚ୍ଛ, ଅବାଧ, ସ୍ବଳ୍ପ ସମୟ, ନିରବିଛିନ୍ନ ଏବଂ ସମୟାନୁବର୍ତ୍ତୀ ସେବା ଦେଇ ଆସୁଅଛି ଏହା ଅବକାରୀ ଅପରାଧର ସଠିକ୍ ନିରୀକ୍ଷଣ ଏବଂ ଏହାର କାର୍ଯ୍ୟକାରିତାକୁ ମଜବୁତ କରିବା, ଅବୈଧ ତଥା ନକଲି ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ କରିବା, ମଦର ଉତ୍ପାଦନ ଏବଂ ଉତ୍ପାଦନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଓ ପରିଚାଳନା ଏବଂ ସର୍ବୋପରି ବିଭାଗରେ ସାମୂହିକ ସେବାରେ ସହାୟତା ପ୍ରଦାନ କରି ଆସୁଅଛି
ପ୍ରକାଶ ଥାଉ କି ଯେ ଗତ ବର୍ଷ ଡିସେମ୍ବର ସୁଧା ୨୯୦୩୮ ଗୋଟି ମକୋଦ୍ଦମା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୪୫୫୪୧ ଗୋଟି ମକୋଦ୍ଦମା ରୁଜୁ କରାଯାଇ ଅଛି, ଯାହା କି ୫୬% ଅଧିକ ଗତ ବର୍ଷ ଡିସେମ୍ବର ସୁଧା ଏନ୍.ଡି.ପି.ଏସ୍. ଆଇନ୍ ରେ ୧୩୧୦ ଗୋଟି ମକୋଦ୍ଦମା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୫୭୫ ଗୋଟି ମକୋଦ୍ଦମା ରୁଜୁ କରାଯାଇ ଅଛି, ଯାହା କି ୧୨୭% ଅଧିକ ଚଳିତ ବର୍ଷ ଅବକାରୀ ରାଜସ୍ବ ୬୧୯୭.୫୪ କୋଟି ସଂଗ୍ରହ ହୋଇଥିବା ବେଳେ ଗତ ବର୍ଷ ୫୦୨୩.୯୨ କୋଟି ହୋଇଥିଲା ଯାହା କି ୨୩.୩୬% ଅଧିକ
ଅବକାରୀ ବିଭାଗ ଓଡିଶା ରାଜ୍ୟ ସରକାରଙ୍କର 5T ସୁତ୍ର ଅନୁସାରେ ପ୍ରଯୁକ୍ତି ବିଦ୍ୟା କୁ ପ୍ରାଧାନ୍ୟ ଦେଇ ବିଭାଗରେ ବ୍ୟାପକ ପରିବର୍ତନ କରାଯାଇ ଏହାକୁ ସ୍ୱଚ୍ଛ, କ୍ରୀୟାଶୀଳ ଓ ଉତ୍ତରଦାୟୀ କରାଯାଉ ଅଛି
Sign in
Sign in
Recover your password.
A password will be e-mailed to you.
