ଦିଲ୍ଲୀ ସମେତ ସାରା ଉତ୍ତର ଭାରତରେ ଅସହ୍ୟ ଜାଡ ସଭିଁଙ୍କୁ ଅସ୍ତବ୍ୟସ୍ତ କରିଛି। ଶୀତଲହରି ସହ ଘନ କୁହୁଡିର ଆସ୍ତରଣ ଦେଖାଯାଉଛି। ଦେଶର ଅଧିକାଂଶ ସ୍ଥାନରେ ଆସନ୍ତା କିଛି ଘଣ୍ଟା ପାଇଁ ରେଡ୍ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହାସହ ପାଣିପାଗ ବିଭାଗ ଜାନୁଆରୀ ୧୦ ସକାଳ ଯାଏଁ କୁହୁଡି ପାଇଁ ଭିନ୍ନ ଭିନ୍ନ ଅଞ୍ଚଳ ଯାଏଁ ଦୃଶ୍ୟମାନ କମ ରହିଥିଲା।
ସେହିପରି ମଙ୍ଗଳବାର ସକାଳ ୫.୩୦ ରେ ଆଗ୍ରା ଏବଂ ବଥୀଣ୍ଡାରେ ଭିଜିବିଲିଟି ଶୂନ୍ୟ ରହିଥିବା ବେଳେ ଜାମ୍ମୁ, ଗଙ୍ଗନଗର, ଚଣ୍ଡିଗଡ଼, ଅମ୍ବାଲା, ପଟିଆଲା, ବରେଲି, ଲଖନଉ, ସୁଲତାନପୁର, ଗୋରଖପୁର ଏବଂ ଭାଗଲପୁର ୨୫ ମିଟର ରେକର୍ଡ କରିଛି। ହିସାର, ପାଲାମ, ବାହରାଇଚ୍, ଗୟା ଏବଂ ପୂର୍ଣ୍ଣିଆରେ ଦୃଶ୍ୟମାନତା ୫୦ ମିଟର ଥିଲା । ଜାନୁଆରୀ ୧୦ ଦିନ ସକାଳେ ଦିଲ୍ଲୀ, ୟୁପି, ହରିୟାଣା, ପଞ୍ଜାବ ଏବଂ ବିହାରର ଘନ କୁହୁଡ଼ି ଘନୀଭୂତ ହୋଇଥିଲା । ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଚାଳକ ମାନଙ୍କୁ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ଉତ୍ତର ଭାରତରେ କୁହୁଡି ଯୋଗୁଁ ଅନେକ ଟ୍ରେନ୍ ବିଳମ୍ବରେ ଚାଲୁଛି ।
କିଛି ବିମାନ (ଦିଲ୍ଲୀ-କାଠମାଣ୍ଡୁ, ଦିଲ୍ଲୀ-ଜୟପୁର, ଦିଲ୍ଲୀ-ଶିମଲା, ଦିଲ୍ଲୀ-ଦେହରାଡୁନ୍, ଦିଲ୍ଲୀ-ଚଣ୍ଡିଗଡ଼-କୁଲୁ) ଦିଲ୍ଲୀରେ କୁହୁଡି ଓ ଥଣ୍ଡା ଯୋଗୁଁ ବିଳମ୍ବ ହୋଇଛି।
ୟୁପି, ହରିୟାଣା ସମେତ କେତେକ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦୁଇ-ତିନି ଦିନ ପରେ କିଛି ଅଂଶରେ ଝିପି ଝିପି ବର୍ଷା ହୋଇପାରେ । ବର୍ଷା ପରେ ଶୀତ ଚିନ୍ତା ବଢାଇପାରେ ବୋଲି ଆଶଙ୍କା କରାଯାଉଛି।
ପାଣିପାଗ ବିଭାଗ ଅନୁଯାୟୀ, କିଛି ଦିନ ମଧ୍ୟରେ ଥଣ୍ଡାରୁ ମୁକ୍ତି ମିଳିବା ନେଇ ଆଶା କରାଯାଉଛି। ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ, ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ। ୧୧ ରୁ ୧୩ ଜାନୁଆରୀ ମଧ୍ୟରେ ଶୀତ ଲହରୀ ଦିଗ ପରିବର୍ତ୍ତନ ହେବା ପରେ ସାମାନ୍ୟ ଆଶ୍ୱସ୍ତି ମିଳିବ। ପାଣିପାଗ ବିଭାଗ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ବିହାରର ରାଜସ୍ଥାନରେ ଅରେଞ୍ଜ ଆଲର୍ଟ ଜାରି କରିଛି।
Sign in
Sign in
Recover your password.
A password will be e-mailed to you.
