Odia News Portal

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ; ଦିନକରେ ଆଦାୟ ହେଲା ୭ ଲକ୍ଷ ୫୩ ହଜାର ଜରିମାନା

ହକି ବିଶ୍ୱକପ ପାଇଁ ଟ୍ୱିନ ସିଟିରେ ବ୍ୟାପକ ବ୍ୟବସ୍ଥା ହୋଇଛି । ସେପଟେ କମିଶନରେଟ୍ ପୋଲିସ ଆକ୍ସନ ମୋଡକୁ ଆସିଛି । ବଢାଇଛି ନାଇଟ୍ ପାଟ୍ରୋଲିଂ । ଏପରିକି ରାଜଧାନୀର ସବୁ ଛକ ଓ ଗଳିକନ୍ଦିରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରିଛି ପୋଲିସ । ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସବୁ ଥାନା ଅଧିକାରୀଙ୍କୁ ପୋଲିସ ଉପାୟୁକ୍ତ ପ୍ରତୀକ ସିଂହ ନିର୍ଦେଶ ଦେଇଛନ୍ତି। ଶ୍ରୀ ସିଂହଙ୍କ ନିର୍ଦେଶ ଅନୁସାରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବ୍ୟକ୍ତିଙ୍କୁ ପୋଲିସ ଉଠାଇ ଆଣି ପଚରାଉଚରା କରୁଛି। ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହି କ୍ରମରେ ଥାନା ପୋଲିସ ଓ ଟ୍ରାଫିକ ପୋଲିସ ପକ୍ଷରୁ ବ୍ଲକିଂ ଚେକିଂ ଜରିଆରେ ଅମାନିଆ ଗାଡି ଚାଲାକ , ବେଆଇନ ପର୍କିଙ୍ଗ , ମଦ୍ୟପାନ କରି ଗାଡି ଚାଳକଙ୍କୁ ଧରି ମଙ୍ଗଳବାର ରାତିରେ ୭ ଲକ୍ଷ ୫୩ ହଜାର ଜରିମାନା ଆଦାୟ କରାଯାଇଛି । ଅନ୍ୟପଟେ ହକି ବିଶ୍ୱକପ ଚାଲିଥିବା ବେଳେ ହତ୍ୟା, ଚୋରି , ଡକାୟତି, ଲୁଟ , ଅସଦାଚରଣ ଭଳି ଘଟଣା ରାଜଧାନୀରେ ନଘଟେ ସେଥିପ୍ରତି ସତର୍କ ରହିବାକୁ କୁହାଯାଇଛି।