ରବିବାର ଧର୍ମଗଡ଼ ଠାରେ ଉପଖଣ୍ଡ ସ୍ଥାରିୟ କଳାହାଣ୍ଡି ଉତ୍ସବ ଘୁମୁରା ୨୩ଉଦଘାଟିତ ହୋଇଯାଇଛି । କଳାହାଣ୍ଡି ସଂସ୍କୃତି ,ପରମ୍ପରା , ଐତିହ୍ୟ କୁ ନେଇ ହେଉଥିବା ଏହି ଘୁମୁରା ଉତ୍ସବ ଆଜି ଡିତ୍ୱୀୟ ଦିନରେ ପହଂଚିଛି। ରବିବାର ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଉତ୍ସବ କମିଟି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ପାୱାର ସଚିନ ପ୍ରକାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି,ଜିଲ୍ଲା ବନଖଣ୍ଡ ଅଧିକାରୀ ଲାଡେ ଗଜାନନ୍ଦ ଦୟାନନ୍ଦ, ଛତିଶଗଡ ଦେଭୋଗ ଉପଖଣ୍ଡ ଅଧିକାରୀ ଅର୍ପିତା ପାଠକ ପ୍ରମୁଖ ଯୋଗ ଦେଇ କଳାହାଣ୍ଡିର ଐତିହ୍ୟ,ସଂସ୍କୃତି ପରମ୍ପରା ଉପରେ ଆଲୋକାତ କରିଥିଲେ । ଧର୍ମଗଡ଼ ଉତ୍ସବ କମିଟି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ବେଦଭୁଷଣ ସ୍ବାଗତ ଭାଷଣ ରେ କଳାହାଣ୍ଡି ଉତ୍ସବ ଘୁମୁରା ଉଦେଶ୍ଵ ବିଷୟରେ କହିବା ସହ ସମସ୍ତେ ମିଶି ଉତ୍ସବ କୁ ଶାନ୍ତି ଶୃଙ୍ଖଳା ସହ ଉପଭୋଗ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ।ଏହି ଅବସରରେ ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ ସ୍ମରଣିକା କଲାଝରନ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ ।
ସାଂସ୍କୃତିକ କାର୍ଯ୍ୟକ୍ରମରେ କଲମ ପୁର ଘୁମୁରା,ବରଗଡ଼ ର ମାଦଳିଆ, ଆସାମ ର ବିହୁ,ମୟୂର ଭଞ୍ଜ ର ମାଲଖମ,ଝାରଖଣ୍ଡ ର ଝୁମର ନୃତ୍ୟ,ମାଁ ଲକ୍ଷ୍ମୀ ବଜାସାଳ ଜୁନାଗଡ଼ ପରିବେଷିତ ହୋଇ ଥିବା ବେଳେ ରୁକୁ ସୁନା ମେଲୋଡି ଦର୍ଶକ ମାନଙ୍କୁ ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିଥିଲା ।
Sign in
Sign in
Recover your password.
A password will be e-mailed to you.
