୨ ପାଳିତ ଶିଶୁଙ୍କୁ ମାଡ ମାରି ଲହୁଲୁହାଣ କଲେ ବାପା ମା । ମାଡ ମାରି ଜଣକୁ ପାଇଖାନା ଏବଂ ଅନ୍ୟ ଜଣକୁ ଘରେ ବନ୍ଦ କରିଦେଲେ । ପରଜଙ୍ଗ ଥାନା ଡମୋଳ ଗାଁରେ ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ଦୁଇଟିଙ୍କୁ ଉଦ୍ଧାର କଲା ପୋଲିସ । ଉଭୟଙ୍କୁ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରି ତଦନ୍ତ କରୁଛି ପୋଲିସ । ଶିଶୁଙ୍କୁ ନିର୍ଯ୍ୟତନା ନେଇ ଉପଜିଲ୍ଲାପାଳଙ୍କୁ ଖବର ଦେଇଥିଲେ ଗାଁ ଲୋକେ ।
