Odia News Portal

ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼, ପୋଲିସ କର୍ମଚାରୀ ଚଳାଇଥିଲେ ଗୁଳି

ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ କରାଯାଇଥିବା ଖବର ମିଳିଛି। ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସଙ୍କୁ ଗୁଳିମାଡ଼ ହୋଇଛି ।ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗଲା ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି । ତାଙ୍କ ଦେହରେ ଗୁଳି ବାଜିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଜଣେ ପୋଲିସ କର୍ମଚାରୀ ମନ୍ତ୍ରୀଙ୍କୁ ଗୁଳିମାଡ଼ କରିଥିବା ଜଣାପଡିଛି। ତାଙ୍କ ନାଁ ଗୋପାଳ ଦାସ ‌ବୋଲି ଏସଡିପିଓ କହିଛନ୍ତି। ତାଙ୍କୁ କାବୁ କରାଯାଇ ପଚରାଉଚରା କରାଯାଉଛି । ସେ କାହିଁକି ଗୁଳିମାଡ଼ କଲା, ତାହା ସ୍ପଷ୍ଟ ହୋଇନାହିଁ।