Odia News Portal

ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଅର୍ଦ୍ଧେନ୍ଦୁ ଦେଲେ ୧୦ ଲକ୍ଷ

ଅସୁସ୍ଥ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ  ଅର୍ଦ୍ଧେନ୍ଦୁ ବଢାଇଛନ୍ତି ସହାୟତାର ହାତ। ପିଣ୍ଟୁଙ୍କ ବାସ ଭବନକୁ ଯାଇ ସଫଳ ଅସ୍ତ୍ରୋପ୍ରଚାର ନିମନ୍ତେ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଅର୍ଦ୍ଧେନ୍ଦୁ । ସାଥିରେ କ୍ରିଏଟିଭ୍ ହେଡ ପ୍ରଣୟ ଜେଠୀ ମଧ୍ୟ ଉପସ୍ଥିତ ଥିଲେ  ।

ଅଭିନେତା ପିଣ୍ଟୁ ନନ୍ଦ ଜଟିଳ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଅଛନ୍ତି । ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ସହାୟତା ପାଇଁ ଶୁଭେଛୁ ଓ କଳାକାରମାନେ ହାତ ବଢାଇଛନ୍ତି। ଏଭଳି ସ୍ଥିତିରେ ଆଉ ପାଦେ ଆଗକୁ ଯାଇ ପିଣ୍ଟୁଙ୍କ ପାଇଁ ଠିଆ ହୋଇଛନ୍ତି ଅର୍ଦ୍ଧେନ୍ଦୁ  ।