Odia News Portal

ଇତିହାସ ରଚିଲା ଇସ୍ରୋ

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ପିଏସ୍ଏଲଭି ଜରିଆରେ ଆଉ ଦୁଇଟି ସାଟେଲାଇଟ୍ ମହାକାଶକୁ ପଠାଇଛି ଇସ୍ରୋ । ଗୋଟିଏ ଡିଆରଡିଓର ମାଇକ୍ରୋସାଟ୍-R ଏବଂ ଅନ୍ୟଟି ଚେନ୍ନାଇ ଛାତ୍ରମାନଙ୍କ ଦ୍ୱାରା ପ୍ରସ୍ତୁତ କଲାମ ସାଟ୍ର ସଫଳ ଉତ୍କ୍ଷେପଣ ହୋଇଛି । PSLV-C44 ରକେଟଟି PSLVର ନୂଆ ଭର୍ସନ । ଏଥିରେ ୪ଟି ଷ୍ଟେଜ୍ ରହିଛି । ସାଟେଲାଇଟକୁ କକ୍ଷପଥରେ ଅବସ୍ଥାପିତ କରିବା ପରେ ଚତୁର୍ଥ ଷ୍ଟେଜ୍ଟି ଉପରକୁ ଯାଇ ମହାକାଶରେ ଛଅ ମାସ ପର୍ୟ୍ୟନ୍ତ ସକ୍ରିୟ ରହିବ । ତାହା ଗବେଷଣା ପାଇଁ ବ୍ୟବହାର ହେବ । ସାଧରଣତଃ ସାଟେଲାଇଟ୍କୁ କକ୍ଷପଥରେ ଅବସ୍ଥାପିତ କରିବା ପରେ ରକେଟ୍ ସଂପୂର୍ଣ୍ଣ ନଷ୍ଟ ହୋଇଯାଏ । କିନ୍ତୁ PSLV-C44ରଚତୁର୍ଥ ଷ୍ଟେଜ୍ଟି ଛଅ ମାସ ଯାଏ ସକ୍ରିୟ ରହିବ । ସାଟେଲାଇଟ୍ର ସଫଳ ଉତ୍କ୍ଷେପଣ ନେଇ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।