Odia News Portal

କଙ୍କଡା ଚାଷ ପ୍ରତି ବଢୁଛି ଆଗ୍ରହ, ଭଲ ଲାଭ ଦେଉଛି କଙ୍କଡ଼ା ଚାଷରେ

 ଆମିଷ ଖାଦ୍ୟ ମଧ୍ୟରେ ମାଛ ,ମାଂସ,ଚିଙ୍ଗୁଡି ,କଙ୍କଡା ଅଣ୍ଡା ଭଳି ଅନେକ ଖାଦ୍ୟ ସାମଗ୍ରୀ ରହିଥିବା ବେଳେ ଅଧିକାଂଶ ଲୋକମାନଙ୍କର ଚିଙ୍ଗୁଡି,କଙ୍କଡା ଏବଂ ସାମୁଦ୍ରିକ ମାଛ ଉପରେ ଚାହିଦା ରହିଥାଏ । ଉପକୂଳ ଓଡ଼ିଶାର ନଦୀ ଏବଂ ସମୁଦ୍ର ଉପକୂଳରେ ଚିଙ୍ଗୁଡି ଚାଷ କରାଯାଇ ସେଗୁଡିକୁ ବିଦେଶକୁ ରପ୍ତାନି କରାଯାଉଛି । କିନ୍ତୁ ସମୟ ଏବଂ ପରିବେଶ ପରିବର୍ତନ ର ପ୍ରଭାବ ଏହି ଚିଙ୍ଗୁଡି ଚାଷ ଉପରେ ପ୍ରଭାବ ପକାଉଥିବା ଦେଖିବାକୁ ମିଳିଛି । ଯାହାଦ୍ବାରା ଚିଙ୍ଗୁଡି ଚାଷୀ ମାନେ ଏବେ ଚିଙ୍ଗୁଡି ଚାଷରେ ଲାଭ ଠାରୁ ଅଧିକ କ୍ଷତି ସହୁଥିବାର ଅନେକାଂଶରେ ଦେଖିବାକୁ ମିଳିଛି । ଚିଙ୍ଗୁଡି ଚାଷରୁ ମୁହଁ ଫେରାଇ ଅସ୍ତରଙ୍ଗ ଅଞ୍ଚଳର କେତେକ ଚାଷୀ ଏବେ କଙ୍କଡା ଚାଷ ପ୍ରତି ମନ ବଳାଉଥିବା ଦେଖିବାକୁ ମିଳିଛି । ଆଉ ଏହି କଙ୍କଡା ଚାଷ ସମ୍ପୂର୍ଣ ଭାବରେ ପ୍ରାକୃତିକ ଉପାୟ ରେ କରାଯାଉଥିବା ବେଳେ କମ ଖର୍ଚରେ ଅଧିକ ରୋଜଗାର ମିଳୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅସ୍ତରଙ୍ଗ ଅଞ୍ଚଳର ଅନେକ ଚିଙ୍ଗୁଡି ଚାଷୀ ଏବେ ଚିଙ୍ଗୁଡି ଚାଷ ରୁ ମୁହଁ ଫେରାଇ କଙ୍କଡା ଚାଷ କରୁଥିବା ଦେଖିବାକୁ ମିଳିଛି । କଙ୍କଡାର ବଜାର ଚାହିଦା ଭଲ ରହୁଥିବା ବେଳେ କଙ୍କଡା ର ବଜାର ମୂଲ୍ୟ ଚିଙ୍ଗୁଡି ଠାରୁ ଅଧିକ ରହୁଛି ,ଯାହାଦ୍ବାରା ଚାଷୀ ଭାଇ ମାନେ ଏହି କଙ୍କଡା ଚାଷ କରି ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।ସେହିଭଳି ଅସ୍ତରଙ୍ଗ ଅଞ୍ଚଳର  ଜଣେ କଙ୍କଡା ଚାଷୀ ବିଷ୍ଣୁ ଚରଣ ବେହେରା ପ୍ରଥମେ ଦୋକାନ ସହିତ କଙ୍କଡା ବ୍ୟବସାୟ  କରି ନିଜର ପରିବାର ଚଲାଉଥିଲେ । ପରବର୍ତୀ ସମୟରେ ଦୋକାନ  ନ ଚାଲିବା ଯୋଗୁଁ ବିଷ୍ଣୁ କଙ୍କଡା ଚାଷ ଆରମ୍ଭ କରିଥିଲେ । ଦେବୀନଦୀ ରୁ ଛୋଟ ଛୋଟ କଙ୍କଡା ଯାଆଁଳ ଗୁଡିକୁ ଲୋକଙ୍କ ମାଧ୍ୟମରେ ଆଣି ପୋଖରୀ ରେ ଛାଡ଼ିଥିଲେ,ବର୍ତମାନ କଙ୍କଡା ଗୁଡିକ ୩୦୦ ଗ୍ରାମ ରୁ ୪୦୦ ଗ୍ରାମ ହୋଇଥିବା ବେଳେ ଏହାକୁ ଚାଷ କରି ବିଷ୍ଣୁ ବେଶ ଦି ପଇସା ରୋଜଗାର କରି ପାରୁଛନ୍ତି । କଙ୍କଡା ଚାଷ ପାଇଁ କୌଣସି ରାସାୟନିକ ଖାଦ୍ୟ କିମ୍ବା ମେଡ଼ିସିନ ର ଆବଶ୍ୟକ ହେଉନଥିବା ବେଳେ ,କଙ୍କଡା ଙ୍କ ଖାଦ୍ଯ ପାଇଁ ଛୋଟ ଛୋଟ ମାଛ କୁ ବେବହର କରାଯାଉଥିବା ବେଳେ ଏଥିପାଇଁ ଚାଷୀ ଭାଇ ମାନଙ୍କ ପାଇଁ ଅଧିକ କିଛି ଖର୍ଚ କରିବାକୁ ପଡ଼ୁନି ।ତେଣୁ କଙ୍କଡା ଚାଷ ରେ କମ ଖର୍ଚ୍ଚରେ ଅଧିକ ରୋଜଗାର କରି ପାରୁଛନ୍ତି ଅସ୍ତରଙ୍ଗ ଅଞ୍ଚଳର କଙ୍କଡା ଚାଷୀ ।