Odia News Portal

ବିଏସଏଫ ରେ ଚାକିରୀ ସୁଯୋଗ

ବିଏସଏଫରେ ଚାକିରି କରିବାକୁ ଇଚ୍ଛୁକ ରହିଛନ୍ତି କି ? ଯଦି ଆପଣଙ୍କର ଏପରି ଏମିତି ଇଚ୍ଛା ରହିଛି, ତେବେ ସୁବର୍ଣ୍ଣ ସୁଯୋଗ। ବିଏସଏଫରେ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ହେଡ କନେଷ୍ଟବଳ ଏବଂ କନେଷ୍ଟବଳ ପଦବୀରେ ୭୨ଟି ସିଟ୍ ଖାଲିପଡିଛି। ଏହି ପଦବୀ ପାଇଁ ଆବେଦନ ପକ୍ରିୟା ଆରମ୍ଭ ହୋଇସାରିଛି। ଯୋଗ୍ୟ ପ୍ରାର୍ଥୀ ଜଲଦି କରନ୍ତୁ ଆବେଦନ।
ପଦବୀ ବିବରଣୀ: ୭୨
ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର:
ହେଡ କନେଷ୍ଟବଳ :
କନେଷ୍ଟବଳ
ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୧୫ ନଭେମ୍ବରରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ୨୯ ଡିସେମ୍ବର ରହିଛି।
ଶିକ୍ଷାଗତ ଯୋଗ୍ୟତା: ଗ୍ରୁପ ସିର ଏହି ପଦବୀରେ ଆବେଦନ କରୁଥିବା ପ୍ରାର୍ଥୀ ୧୦ମ ପାସ୍ କରିଥିବା ଜରୁରୀ। ଏହାସହିତ ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧୀତ ଟ୍ରେଡରେ ଆଇଟିଆଇ ସାର୍ଟିଫିକେଟ ରହିଥିବା ଜରୁରୀ।
ବୟସ ସୀମା: ଏଥିରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ହେବା ଜରୁରୀ। ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ନିୟମାନୁସାରେ ଛୁଟ୍ ମିଳିବ।
ଆବେଦନ ଶୁଳ୍କ: ସାଧାରଣ ବର୍ଗ, ଓବିସି ଏବଂ ଋଡଝ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଏକ୍ସ ସର୍ଭିସମ୍ୟାନ ଏବଂ ମହିଳାମାନଙ୍କ ପାଇଁ ନିଶୁଳ୍କ ରହିଛି। ଆବେଦନ ଶୁଳ୍କ ଡେବିଟ କାର୍ଡ, କ୍ରେଡିଟ୍ କାର୍ଡ ଏବଂ ନେଟ୍ ବ୍ୟାଙ୍କିଂ ଜରିଆରେ ଆବେଦନ ଶୁଳ୍କ ଜମା କରିପାରିବେ।
କେମିତି କରିବେ ଆବେଦନ: ଏହି ପଦବୀରେ ଆବେଦନ କରିବା ପାଇଁ ବିଏସଏଫର ଅଫିସିଆଲ ରିକ୍ରୁଟମେଣ୍ଟ େଓ୍ଵବସାଇଟ କୁ ଯାଇ ଆବେଦନ କରିପାରିବେ। ଏହି ଭର୍ତ୍ତି ବିଷୟରେ ଜାଣିବା ପାଇଁ ଅଧିକାରକ ନୋଟିଫିକେସନ ଏବଂ ଆବେଦନ ଫର୍ମ ଭରିବା ପାଇଁ ଲିଙ୍କ ମିଳିବ। ଆପ୍ଲିକେସନ ଫର୍ମ ଭରି ଆବେଦନ କରିପାରିବେ।