ଗତ କିଛି ବର୍ଷମଧ୍ୟରେ ଲୋକମାନଙ୍କର ଖୁବ ପ୍ରିୟ ହୋଇ ପାରିଛି ଡ୍ରାଗନ ଫ୍ରୁଟ । କମ କ୍ୟାଲୋରୀ ସହିତ ଅନେକ ପୋଷକ ତତ୍ତ୍ୱ ରହିଥିବା ଏହି ଫଳ ସବୁଋତୁରେ ଲୋକଙ୍କ ପାଇଁ ଖୁବ ଲାଭଦାୟକ ହୋଇଥାଏ । ସେଥିପାଇଁ ଭାରତରେ ଏହାର ଲୋକପ୍ରିୟତାକୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଚାହିଦା ଦେଖି ଭାରତ ସହିତ ଆମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡ୍ରାଗନ ଫ୍ରୁଟର ଚାଷ କରାଯାଉଛି। ଏହି ବିଦେଶୀ ଫଳରେ ଔଷଧୀୟ ଗୁଣ ଭରପୁର ଥିବାରୁ ଫଳ ବଜାରରେ ଏହାର ଚାହିଦା ବଢ଼ିବାରେ ଲାଗିଛି । ଡ୍ରାଗନ ଫ୍ରୁଟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ସହିତ କ୍ୟାନସର,ଉଚ୍ଚ ରକ୍ତଚାପ ଓ ମଧୁମେହ ଆଦି ରୋଗ ଥିବା ରୋଗୀଙ୍କ ପାଇଁ ଖୁବ ଲାଭଦାୟକ ହୋଇଥାଏ ବରଗଡ଼ ଜିଲ୍ଳା ବରପାଲି ବ୍ଳକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମର ଯୁବ ଚାଷୀ ଜଟାଧାରୀ ପ୍ରଧାନ ଓ ନବରଙ୍ଗପୁର ସହରର ଅଗ୍ରଣୀ ଚାଷୀ ସୁଧାଂଶୁ ପାଢ଼ୀ ଏହି ବିଦେଶୀ ଫଳ ଡ୍ରାଗନ ଫ୍ରୁଟ ଚାଷକରି ସ୍ବାବଲମୀ ହୋଇପାରିଛନ୍ତି। ଏଥିସହିତ ରାଉରକେଲାର କୁଆଁରମୁଣ୍ଡା ଓ କାଁସବାହାଲରେ ଦିନକୁଦିନ ଡ୍ରାଗନ ଚାଷ ପ୍ରତି ଚାଷୀଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି। ଏହି ବିଦେଶୀ ଫଳ ଧୀରେଧୀରେ ଦେଶୀ ଫଳ ତାଲିକାରେ ସ୍ଥାନ ପାଇବାକୁ ଯାଉଛି।ରାଉରକେଲା ଫଳ ବଜାରକୁ ଡ୍ରାଗନ ଫ୍ରୁଟର ପ୍ରବେଶ ଗତ ୫/୧୦ବର୍ଷ ପୂର୍ବରୁ ହୋଇସାରିଛି। କିନ୍ତୁ ସେ ସମୟରେ ଏହି ଫଳର କୌଣସି ପ୍ରକାର ଚାହିଦା ନଥିଲା। ବିଦେଶୀ ଫଳ ହେତୁ ଏହା ଦର ବି ଅଧିକା ଥିବାରୁ କୌଣସି ଗ୍ରାହକ ଏହାକୁ କିଣିବାକୁ ମନ କରୁ ନଥିଲେ।ଧୀରେଧୀରେ ଲୋକେ ଏହାର ଗୁଣ ଜାଣିବା ପରେ କିଣିବାକୁ ଲାଗିଲେ। ଡ୍ରାଗନ ଫ୍ରୁଟର ଗଛ ଲତାଜାତୀୟ ହୋଇଥିବା ବେଳେ ଏହି ଫଳ ଦେଖିକୁ ଖୁବ ଆକର୍ଷଣୀୟ ଲାଗିଥା୍ଏ।ରାଉରକେଲା ଡେଲିମାର୍କେଟର ଫଳ ବ୍ୟବସାୟୀ ଅମ୍ରିତ ଶାହ: ଫଳ ବଜାରକୁ ଡ୍ରାଗନ ଫ୍ରୁଟ ୫ବର୍ଷରୁ ଅଧିକ ସମୟ ହେଲା ଆସିଲାଣି। ଏହି ଫଳ ପେଟ ରୋଗ ଦୂର କରିବା ସହିତ ଶରୀରରେ ରକ୍ତ କଣିକା ଗଠନ ପାଇଁ ଖୁବ ଲାଭଦାୟକ ହୋଇଥିବାରୁ ଲୋକେ ଏହାକୁ କିଣିବାକୁ ବେଶୀ ପସନ୍ଦ କରୁଛନ୍ତି। ଖାଇବାକୁ ନରମ ହୋଇଥିବାରୁ ପିଲାଠାରୁ ବୃଦ୍ଧ ଓ ରୋଗୀମାନେ ଏହାକୁ ଖୁବ ଆନନ୍ଦରେ ଖାଇ ପାରିବେ। ଏହି ଫଳ ମହାରାଷ୍ଟ୍ର, ପୁନେ ଓ ଛତିଶଗଡ଼ରୁ ଆମଦାନୀ ହୁଏ।ଡିଏଭି ଛକ ନିକଟସ୍ଥ ଫଳ ବ୍ୟବସାୟୀ ଅମିତ ପାତ୍ର: ରାଉରକେଲା ଫଳ ବଜାରକୁ ଡ୍ରାଗନ ଫ୍ରୁଟ ୧୦ବର୍ଷ ହେବ ଆସିଲାଣି। ଦିନକୁ ଦିନ ଡ୍ରାଗନ ଫ୍ରୁଟ ତାର ଔଷଧୀୟଗୁଣ ପାଇଁ ପସରା ମେଲାଇବାରେ ଲାଗିଛି। ଏହା ରୋଗୀଙ୍କ ପାଇଁ ସର୍ବୋତ୍ତମ ଫଳ। ବିଶେଷ ଭାବେ ଏହାକୁ ବର୍ଷାଦିନେ ଗ୍ରାହକମାନେ ଅଧିକମାତ୍ରାରେ କ୍ରୟ କରିଥାଆନ୍ତି। କାରଣ ଏହା ଡେଙ୍ଗୁ ରୋଗୀଙ୍କ ପାଇଁ ଖୁବ ଲାଭଦାୟକ ଫଳ ହୋଇଥାଏ। ହଳିଦିଆ, ଧଳା ଓ ଲାଲ ତିନି ପ୍ରକାର ରଙ୍ଗର ଡ୍ରାଗନ ଫ୍ରୁଟ ବଜାରକୁ ଆସିଥାଏ। ଆମ ଓଡ଼ିଶାନରେ ଏହି ଫଳକୁ ଅନେକ ଚାଷୀ ଚାଷ କରିବା ଆରମ୍ଭ କରି ଦେଲଣି। ଲୋକାଲ ଡ୍ରାଗନ ମୂଲ୍ୟ କିଲୋପିଛା ୧୭୦/୧୮୦ ରହୁଥିବା ବେଳେ ବାହାରୁ ଆସୁଥିବା ଫଳ ଗୋଟାକୁ ୮୦/୧୦୦ଟଙ୍କା ଦରରେ ବିକ୍ରି ହୋଇଥାଏ।ଗ୍ରାହକ ପୁଷ୍ପାଞ୍ଜଳି କୁମାରୀ: ଡ୍ରାଗନ ଫ୍ରୁଟ ପାଟିକୁ ସୁଆଦିଆ ଲାଗୁ ନଥିଲେ ବି ଶରୀରକୁ ସୁସ୍ଥ ରଖିବା ପାଇଁ ଖାଇବାକୁ ହେଉଛି। ଏହା ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଖୁବ ଲାଭଦାୟକ।
