Odia News Portal

କୋଭାକ୍ସିନ ଟିକା ଦର କମିଲା

ନୂଆଦିଲ୍ଲୀ : ପୁଣି ରାଜ୍ୟମାନଙ୍କୁ ଆଶ୍ୱସ୍ତି । ଗତକାଲି ସେରମ ଇନଷ୍ଟିଚ୍ୟୁଟ କୋଭିସିଲ୍ଡ ଟିକାର ଦର କମାଇବା ପରେ ଆଜି ଭାରତ ବାୟୋଟେକ୍ ତାର ଟିକାର ଦାମ୍ ହ୍ରାସ କରିଛି । ରାଜ୍ୟମାନଙ୍କୁ ଦିଆଯାଉଥିବା ଟିକାର ଦାମ ହ୍ରାସ କରାଯାଇଛି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା ଦର ଗୋଇିଏ ଡୋଜ୍ ୬୦୦ ଟଙ୍କା ପରିବର୍ତ୍ତେ ୪୦୦ ଟଙ୍କାରେ ମିଳିବ । ଅର୍ଥାତ୍ ଟିକାର ଦାମ୍ ୨୦୦ ଟଙ୍କା କମାଇଛି ଭାରତ ବାୟୋଟେକ୍ । ସେରମ ଇନଷ୍ଟିଚ୍ୟୁଟ ୧୦୦ ଟଙ୍କା କମାଇଥିଲା । ଟିକା ଦର କମିବା ଫଳରେ ରାଜ୍ୟ ସରକାରମାନେ ଅର୍ଥ ସଂଚୟ କରିବା ସହିତ ଅଧିକ ଟିକା କିଣିବାକୁ ଆଗ୍ରହ ପ୍ରକାଶ କରିବେ । ରାଜ୍ୟ ସରକାର 10 ଲକ୍ଷ କୋଭାକ୍ସିନ ଟିକା ଆଣିବାକୁ ପ୍ରସ୍ତାବ ଦେଇଛି ।