Odia News Portal

କୁଆପଥର ମାଡ଼ରେ ମହୁଲଫୁଲ, କେନ୍ଦୁପତ୍ରର ବ୍ୟାପକ କ୍ଷୟକ୍ଷତି

ରାଉରକେଲା କେନ୍ଦୁପତ୍ର ଡିଭିଜନରେ କେନ୍ଦୁପତ୍ରର କ୍ଷୟକ୍ଷତି ହୋଇଛି। ବାଲିଶଙ୍କରା ବ୍ଲକ ଏବଂ ସବଡେଗା ବ୍ଲକ ମିଶି ରହିଛି ୪୭ଟି ପତ୍ରଫଡ଼ି ରହିଛି। ସେଥିମଧ୍ୟରୁ ସଉନାମରା, ଗଇକାନପାଲି, ତୁମୁଲିଆ, ବାର୍ହାଡେମା ସମେତ ୨୦ଟି ଫଡ଼ି ଅଂଚଳରେ କୁଆପଥର ମାଡ ହେବାରୁ କେନ୍ଦୁପତ୍ର ସବୁ ଚିରି ଫାଟି ଯାଇଛି, ଯାହାକି ପତ୍ର ତୋଳିବା ଅନୁପଯୋଗୀ ‌ ହୋଇଯାଇଛି। ଏହି ଅଞ୍ଚଳର ଜନସଧାରଣ କେନ୍ଦୁପତ୍ର ତୋଳି ୪ ମାସ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। ସେହିପରି କୁଆପଥର ମାଡ଼ରେ ମହୁଲଫୁଲର କଢ଼ ସମ୍ପୂର୍ଣ୍ଣ ଛିଣ୍ଡି ତଳେ ପଡ଼ିଯାଇଛି। ଅଞ୍ଚଳବାସୀମାନେ ମହୁଲଫୁଲ ସଂଗ୍ରହ କରି ଦୁଇ ପଇସା ରୋଜଗାର କରିଥାନ୍ତି। ମହୁଲଫଳ (ଟୋଲ) ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଟୋଲ ସଂଗ୍ରହ କରି ଅଞ୍ଚଳବାସୀ ତେଲ ବାହାର କରି ବ୍ୟବହାର କରିଥାନ୍ତି।  କୁଆପଥର ମାଡ଼ରେ ଏସମସ୍ତ କ୍ଷତି ହୋଇଯିବାରୁ ଅଂଚଳରେ କାମଧନ୍ଧା ବନ୍ଦ ହୋଇଯିବ ଆଶାରେ ଜନସାଧାରଣ ଚିନ୍ତାରେ ଅଛନ୍ତି। ଯଦି ଏବେ ଏହି ଅଂଚଳରେ ସରକାରଙ୍କ ତରଫରୁ କାମଧନ୍ଧା ଯୋଗାଇ ଦିଆନଯାଏ ତାହେଲେ ଅଞ୍ଚଳବାସୀ ଦାଦନ ମୁହାଁ ହେବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ଅଂଚଳରେ ଆଲୋଚନା ହେଉଛି।