Odia News Portal

ଧନତେରସରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ, ୩୫୦୦ ଟଙ୍କା ଶସ୍ତା ହେଲା ସୁନା

ଆଜି ଧନତେରସ। ଏହି ଦିନରେ ସୁନା ଗହଣା କିଣିଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଆଜି ଗହଣା ମାର୍କେଟ୍ରେ ଭିଡ଼ ଲାଗି ରହିଛି। ଯଦି ଆପଣ ବି ସୁନା କିଣି ବାହାରିଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ଲାଭାକାରୀ ହେବ। କାରଣ ଧନତେରସରେ କିଣାବିକା ଚାଲିଥିବା ବେଳେ ସୁନା ଓ ରୂପାର ମୂଲ୍ୟ ହ୍ରାସ ପାଇଛି।
ଦିଲ୍ଲୀର ସରଫା ବଜାରରେ ସୁନା ୩୫୦୦ ଟଙ୍କା ଶସ୍ତାର ମିଳୁଛି। ସେହିପରି ରୂପା ମୂଲ୍ୟରେ ହ୍ରାସ ହୋଇ ୧୫ ହଜାର ଟଙ୍କା ଶସ୍ତା ହୋଇଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ବିଶ୍ୱ ବଜାରରେ ସୁନା ଓ ରୂପା ମୂଲ୍ୟରେ ହ୍ରାସ ମଧ୍ୟରେ ଆଜି ସରଫା ବଜାରରେ ସୁନା ଓ ରୂପା ମୂଲ୍ୟ କମିଛି। ଇଣ୍ଡିଆନ ବୁଲିୟନ ଓ ଜ୍ୱେଲର୍ସ ଆସୋସିଏସନ ର ସୂଚନା ଅନୁସାରେ, ବର୍ତ୍ତମାନ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦୦୬୨ ରହିଛି। ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲ ମାସରେ ସୁନା ମୂଲ୍ୟ ୫୩,୬୦୨ ଟଙ୍କା ହୋଇଥିଲା। ହେଲେ ଏବେ ରେକର୍ଡ ସ୍ତରରେ ମୂଲ୍ୟ ଖସିଛି। ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୫୦,୦୬୨ ରହିଥିବା ବେଳେ ୨୨ କ୍ୟାରେଟ୍ ୧୦ ଗ୍ରାମ ପ୍ରତି ୪୫,୮୫୭ ଟଙ୍କା, ୧୮ କ୍ୟାରେଟ ୩୭,୫୪୭ ଟଙ୍କା ଓ ୧୪ କ୍ୟାରେଟ୍ ପାଇଁ ୧୦ ଗ୍ରାମ ପ୍ରତି ୨୯,୨୮୬ ଟଙ୍କା ରହିଛି।