ଇରାନକୁ ଔଷଧ ପଠାଇଲା ଭାରତ, ସଙ୍କଟ ସମୟରେ ସହାୟତାର ହାତ ବଢ଼ାଇଲା By Swadhikar News Last updated Mar 18, 2026 ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଇରାନକୁ ସହାୟତାର ହାତ ବଢ଼ାଇଛି ଭାରତ। ଆମେରିକା ଓ ଇସ୍ରାଏଲ ସହ ସଂଘର୍ଷରେ ଜଡ଼ିତ ଥିବା ଇରାନକୁ ଭାରତ ପକ୍ଷରୁ ମାନବିକ ଭିତ୍ତିରେ ପ୍ରଥମ ପର୍ଯ୍ୟାୟ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି। ଏହି ସହାୟତା ସାମଗ୍ରୀକୁ ”ଇରାନୀ ରେଡ୍ କ୍ରିସେଣ୍ଟ ସୋସାଇଟି”କୁ ହସ୍ତାନ୍ତର କରାଯାଇଥିବା ନେଇ ନୂଆଦିଲ୍ଲୀ ସ୍ଥିତ ଇରାନ ଦୂତାବାସ ସୂଚନା ଦେଇଛି।ଭାରତରେ ଅବସ୍ଥାପିତ ଇରାନର ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଦିଲ୍ଲୀ-ତେହେରାନ ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି, ଭାରତ ଏକ ବିଶ୍ୱସ୍ତ ଓ ବନ୍ଧୁତ୍ୱପୂର୍ଣ୍ଣ ଦେଶ। ଅନ୍ୟ ଅନେକ ଦେଶ ସହଯୋଗ କରିବାକୁ ମନା କରିଦେଇଥିବା ବେଳେ ଭାରତ ଆମର ଅନୁରୋଧକୁ ରକ୍ଷା କରି ଜାହାଜ ସାହାଯ୍ୟରେ ଜରୁରୀ ସାମଗ୍ରୀ ପଠାଇଛି। ସହାୟତା ପାଇଁ ଭାରତକୁ କୃତଜ୍ଞତା ଜଣାଇବା ସହ ଶତ୍ରୁ ଦେଶମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଇରାନ ରାଷ୍ଟ୍ରଦୂତ। ସହଯୋଗ କରିନଥିବା ଦେଶମାନଙ୍କୁ ଉଚିତ ଜବାବ ଦିଆଯିବ ଏବଂ ଖୁବଶୀଘ୍ର ବିଶ୍ୱ ଏହା ବିଷୟରେ ଜାଣିବାକୁ ପାଇବ ବୋଲି ସେ କହିଛନ୍ତି। ଏହି ଘଟଣା ଏବେ ଆନ୍ତର୍ଜାତୀୟ ରାଜନୀତିରେ ଭାରତର ସନ୍ତୁଳିତ ବୈଦେଶିକ ନୀତିକୁ ପୁଣି ଥରେ ପ୍ରମାଣିତ କରିଛି। swadhikarswadhikar news Share