Odia News Portal

ରାଜ୍ୟରେ ଉତ୍କଟ ହେଉଛି ଏଲପିଜି ସଙ୍କଟ

ଜାଳେଣି ପାଇଁ ଭାଳେଣି । ରାଜ୍ୟରେ ଉତ୍କଟ ହେଉଛି ଏଲପିଜି ସଙ୍କଟ । ବଢୁଛି ଗୃହିଣୀଙ୍କ ଟେନସନ । କେଉଁଠି ବୁକିଂ ପରେ ଠିକ ସମୟରେ ଗ୍ୟାସ ମିଳୁନି ତ ଆଉ କେଉଁଠି ବୁକିଂ କରିବାକୁ ଉପଭୋକ୍ତା ନାକେଦମ । ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ୟାସ ଏଜେନସୀରେ ଲମ୍ବା ଲାଇନ ଲାଗୁଛି । ବୁକିଂ ପରେ ବି ଠିକ ସମୟରେ ଗ୍ୟାସ ସିଲିଣ୍ଡର ମିଳୁନାହିଁ । କେବଳ ଏତିକି ନୁହେଁ ବିଭିନ୍ନ ସ୍ଥାନରେ ଗ୍ୟାସ ପାଇଁ ବୁକିଂ ହେଉନଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି ।

ପୂର୍ବରୁ ଵୁକିଂର ୭ ଦିନ ପରେ ଗ୍ୟାସ୍ ମିଳୁଥିବାବେଳେ ଏବେ ୨୫ ଦିନର ବୁକିଂ ପରେ ଗ୍ୟାସ୍ ମିଳିବା ନେଇ ଉପଭୋକ୍ତାଙ୍କ ଚିନ୍ତା ବଢ଼ାଇଦେଇଛି । ହୋଟେଲ ଓ ରେଷ୍ଟୁରାଣ୍ଟ ବି ପ୍ରଭାବିତ ହେଲେଣି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ତେଜିବାରେ ଲାଗିଛି । ଏହାର ପ୍ରଭାବ ଭାରତରେ ତୈଳ ଓ ଏଲପିଜି ଉପରେ ପଡ଼ିଛି । ଯୁଦ୍ଧ ଲମ୍ବୁଥିବାରୁ ଆଗକୁ ରନ୍ଧନ ଗ୍ୟାସ ସଂକଟ ଅଧିକ ହେବାର ଆଶଙ୍କା ରହିଛି ।