Odia News Portal

ଏଲପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ରୋଷେଇ ଘରେ ପୁଣି ମହଙ୍ଗା ମାଡ଼ । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ଦର ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ହୋଇଛି । ଆଜିଠାରୁ ନୂଆ ଦର ଲାଗୁ ହୋଇଛି। ନୂଆ ଦର ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡର ୧୦୫୩ ଟଙ୍କା ହୋଇଯାଇଛି । ୧୪.୨ କିଲୋଗ୍ରାମ ସିଲିଣ୍ଡର ସହ ୫ କିଲୋଗ୍ରାମ ଛୋଟ ଘରୋଇ ସିଲିଣ୍ଡରର ମୂଲ୍ୟ ମଧ୍ୟ ବଢ଼ିଛି | ଏହି ସିଲିଣ୍ଡର ପିଛା ୧୮ ଟଙ୍କା ବୃଦ୍ଧି କରାଯାଇଛି।

ଅନ୍ୟପକ୍ଷରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ଏହାର ମୂଲ୍ୟ ସିଲିଣ୍ଡର ପିଛା ୮.୫୦ ଟଙ୍କା ହ୍ରାସ କରାଯାଇଛି।